Below header

ଲକଡାଉନ ବେଳେ ଲଗ୍‌ଜ୍ୟୁରି କାର ଧରି ରାସ୍ତାରେ ବୁଲୁଥିଲେ ଯୁବକ, ପୋଲିସ ଧରି ଦେଲା ଏମିତି ଦଣ୍ଡ

କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକଡାଉନ କାରଣରୁ ଏବେ ସାରା ଭାରତ ଘରେ ବନ୍ଦ ହୋଇଛି ରହିଛି। ଜରୁରୀ କାମ ନ ପଡ଼ିଲେ ଲୋକଙ୍କୁ ଘରୁ ବାହାରିବାକୁ ମନା କରାଯାଉଛି। ତେବେ ଲକଡାଉନ ବେଳେ ନିଜ ଲଗ୍‌ଜ୍ୟୁରି କାରରେ ରାସ୍ତାକୁ ଓହ୍ଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି।

A Man Was Caught Riding In His Porsche Car During The Lockdown In ...

ରିପୋର୍ଟ ମୁତାବକ ମଧ୍ୟପ୍ରଦେଶର ଇନ୍ଦୋରରେ ଜଣେ ଯୁବକ ବିନା କାରଣରେ ୨ସିଟେଡ଼ ହଳଦିଆ ରଙ୍ଗର ପୋର୍ସଚ(Porsche) କାର ଧରି ରାସ୍ତାରେ ବୁଲୁଥିଲେ। ରାସ୍ତାରେ ମୁତୟନ ଥିବା ପୋଲିସ ଏହା ଦେଖିବା ପରେ ଯୁବକଙ୍କୁ ଅଟକାଇବା ସହ ରାସ୍ତା ବୁଲିବା କାରଣ ପଚାରିଥିଲେ। କିନ୍ତୁ ଯୁବକଙ୍କ ଉତ୍ତର ତାଙ୍କୁ ସନ୍ତୋଷଜନକ ନ ଲାଗିବାରୁ ସେ ତାଙ୍କ ରାସ୍ତା ଉପରେ ଉଠବସ କରାଇଥିଲେ।

କାର ଚାଳକଙ୍କ ପିତାଙ୍କ ନାଁ ଦୀପକ ଦରୟାନି ବୋଲି କୁହାଯାଉଛି, ଯିଏ କି ସହରର ଜଣେ ବଡ଼ ବିଜନେସମ୍ୟାନ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ କାର ଚାଳକ ପୋଲିସଙ୍କୁ ଗାଡ଼ି କାଗଜପତ୍ର ଦେଖାଉଥିବା ନଜର ଆସିଛି। ତେବେ ଯୁବକଙ୍କ ପିତା ତାଙ୍କ ପୁଅ ନାଁରେ ଅଭିଯୋଗ କରିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.