ଖାଦ୍ୟ ପାର୍ସଲ ଦେବାରେ ବିଳମ୍ବ ହେବାରୁ ରାଗିଯାଇ କର୍ମଚାରୀଙ୍କ ଉପରକୁ ଛେପ ପକାଇଲେ ମହିଳା, ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମଗ୍ର ବିଶ୍ୱ କରୋନାଭାଇରସ୍ ବିରୁଦ୍ଧରେ ଲଢେଇ କରୁଛି । ଏହି ମାରାତ୍ମକ ଭାଇରସ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପି ସାରିଲାଣି ଯାହା ଫଳରେ ଅନେକ ସ୍ଥାନରେ ଅବସ୍ଥା ଖରାପ ହେବାରେ ଲାଗିଛି । ତେଣୁ କରୋନା ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ବିଶ୍ୱ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ।

ଗୋଟିଏ ପଟେ କରୋନା ସଂକ୍ରମଣ କିପରି ଆୟତ୍ତରେ ରହିବ ସେଥିପାଇଁ ଲୋକମାନଙ୍କୁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କିଛି ଲୋକ ଏହି ଜୀବାଣୁକୁ ଅସ୍ତ୍ର ଭାବରେ ବ୍ୟବହାର କରୁଛନ୍ତି । ନିକଟରେ ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଏହି ଭିଡିଓଟି ସିଙ୍ଗାପୁରର, ଯେଉଁଥିରେ ଜଣେ ମହିଳା ଚିକେନ୍ ପାର୍ସଲ ଆଣିବାକୁ ଯାଇଥିଲେ । କିନ୍ତୁ ଯେତେବେଳେ ସେ ଅର୍ଡର ବିଳମ୍ବରେ ପାଇଲେ ସେତେବେଳେ କର୍ମଚାରୀଙ୍କ ଉପରେ ପାଟି କରିବା ପରେ ତାଙ୍କ ଉପରେ ଛେପ ପକାଇଥିଲେ । ଏହିପରି ଅନେକ ଭିଡିଓ ବାହାରକୁ ଆସୁଛି ଯେଉଁଥିରେ ବେପରୁଆ ଲୋକେ ଅନ୍ୟମାନଙ୍କ ଉପରେ ଛେପ ପକାଉଥିବାର ଦେଖିବାକୁ ମିଳୁଛି । ତେବେ ଏହାପରେ କର୍ମଚାରୀ ତୁରନ୍ତ ସତର୍କତାମୂଳକ ଭାବରେ ସେମାନଙ୍କ ଖାଦ୍ୟ ଆଉଟଲେଟ୍ ସଫା କରିଥିଲେ । ଏହା ସହ ପୋଲିସରେ ମହିଳାଙ୍କ ବିରୋଧରେ ଅଭିଯୋଗ ମଧ୍ୟ ହୋଇଥିଲା । ଏବେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.