ମା’ ପକ୍ଷୀର ସାହସ ଓ ଆତ୍ମବିଶ୍ବାସ ଯାହା ବଞ୍ଚାଇପାରିଲା ନିଜ ଛୁଆକୁ, ଥରେ ଦେଖନ୍ତୁ ଏହି ଭିଡିଓ

ମା’ର ମମତା ସବୁଠାରୁ ଅମୂଲ୍ୟ। ତା ମମତା ସହିତ ଦୁନିଆର କୌଣସି ପଦାର୍ଥ ତୁଳନୀୟ ନୁହେଁ । ଏହା ଏକ ଅକୁହା ବନ୍ଧନ ଯାହା ପ୍ରତ୍ୟକ ଛୁଆ ସହିତ ଜଡିତ। ମା ବ୍ୟତିତ ତା ଛଆକୁ କିଏ ବା ଅଧିକ ବୁଝିପାରିବ। ନିଜ ଛୁଆ ପାଇଁ ସେ ସବୁ ଦୁଃଖ କଷ୍ଟକୁ ବଜ୍ର ପରି ସହିଥାଏ । ଯେତେ ବାଧା ବିଘ୍ନ ଆସିଲେ ବି ସେ ଛୁଆ ମୁହଁକୁ ଦେଖି ସବୁ ଭୁଲିଯାଇଥାଏ । ଏହା କେବଳ ଯେ ମଣିଷ ଜାତି ପାଇଁ ତାହା ନୁହେଁ ମା’ର ମମତା ସମଗ୍ର ଜୀବଜନ୍ତୁଙ୍କ କ୍ଷେତ୍ରରେ ମଧ୍ୟ ଦେଖିବାକୁ ମିଳିଥାଏ । ଯାହାର ଅନେକ ଦିଗନ୍ତ ଉଦାହରଣ ରହିଥିବାବେଳେ ଏବେ ଆଉ ଏକ ଘଟଣା ସାମ୍ନାକୁ ଆସିଛି ଯାହା ମା’ଛୁଆ ଭିତରେ ଥିବା ସେହି ମଧୁର ସମ୍ପକକୁ ଆହୁରୀ ନିବିଡ କରିଦେଇଛି ।

ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓକୁ ଦେଖି ଆପଣଙ୍କ ଓଠରେ ହସ ଫୁଟି ଆସିବ । ଏକ ପକ୍ଷୀ ନିଜ ଛୁଆକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦୁଇ କାଉଙ୍କ କବଳରୁ ତାକୁ ଉଦ୍ଧାର କରି ଆଣିଛି। ଲୋକେ ଏହି ମା ପକ୍ଷୀଟିକୁ ଖୁବ୍ ପ୍ରଶଂସା କରୁଛନ୍ତି । ଭିଡିଓରେ ଦେଖିବାକୁ ମିଳୁଛି ଗୋଟିଏ ଛୁଆ ପକ୍ଷୀଟିକୁ ଏକ କାଉ ନିଜ ଗୋଡରେ ଜାବୁଡି ଧରିଛି, ଅନ୍ୟପଟେ କାଉ ଏକ କାଉ ପାଖରେ ଠିଆ ହୋଇ ସବୁ ଦେଖୁଛି । ସେହି ସମୟରେ ଛୁଆ ପକ୍ଷୀଟିର ମା ଘଟଣାସ୍ଥଳରେ ପହଁଚି ନିଜ ଛୁଆଟିକୁ ରକ୍ଷା କରିବା ପାଇଁ ପ୍ରୟାସ ଆରମ୍ଭ କରିଦେଉଛି । ବାରମ୍ବାର ଦୁଇଟି କାଉକୁ ଘଉଡାଇବା ସହ ପଞ୍ଝା ଉପରେ ପଞ୍ଝା ମାରି ଚାଲିଛି । ଶେଷରେ ନିଜ ଛୁଆକୁ ସେମାନଙ୍କ କବଳରୁ ଉଦ୍ଧାର କରିବାରେ ସଫଳ ହେଉଛି।

ଦେଖନ୍ତୁ ଭିଡିଓ:

ଏହି ଭିଡିଓକୁ ଟ୍ବିଟରରେ ଆଇଏଫଏସ୍ ଅଫିସର ସୁଶାନ୍ତ ନନ୍ଦା ସେୟାର କରିଛନ୍ତି । ଏହି ଭିଡିଓଟି ସୋସିଆଲ୍ ମିଡିଆରେ ବର୍ତ୍ତମାନ ଖୁବ୍ ଭାଇରାଲ୍ ହେଉଛି । ଏବେ ଯାଏଁ ଏହି ଭିଡିଓରେ ୮୦ହଜାରରୁ ଅଧିକ ଭ୍ୟୁ ହୋଇସାରିଲେଣି । ୮ହଜାରକୁ ଅଧିକ ଲାଇକ୍ ଏବଂ ୩ ହଜାରରୁ ଅଧିକ ରିଟ୍ବିଟ୍ ମଧ୍ୟ ହୋସାରିଲାଣି । ଲୋକେ ପକ୍ଷୀଟିର ସାହସକୁ ଦେଖି ଆଶ୍ଚର‌୍ୟ୍ୟ ହୋଇଯାଉଛନ୍ତି । ସୁଶାନ୍ତ ସିଂ ଟ୍ବିଟରରେ ପଶୁପଶୁଙ୍କ ସହିତ ଜଡିତ ବହୁତ ସାରା ଏଭଳି ଭିଡିଓ ସେୟାର କରିଥାନ୍ତି । ଯାହା ସମାଜକୁ କିଛି ଶିକ୍ଷା ଦେଇଥାଏ । ୪୫ ସେକେଣ୍ଡର ଏହି ଭିଡିଓ ହ୍ବାଟସ୍ ଅପ୍,ଫେସବୁକ୍ ଏବଂ ଅନ୍ୟ ସୋସିଆଲ୍ ମିଡିଆ ପ୍ଳାଟଫର୍ମରେ ସେୟାର କରାଯାଉଛି । ଏହି ଭିଡିଓ କେବେ ଏବଂ କେଉଁଠି କାର ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ସେ ଯାହାବି ହେଉନା କାହିଁ ମା ଛୁଆର ସମ୍ପର୍କର ଏହା ଏକ ଅନନ୍ୟ ଦୃଶ୍ୟ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.