Below header

ଟ୍ୟୁସନ ମାଷ୍ଟରଙ୍କ କାରନାମା : ୧୬ ବର୍ଷ ବୟସ୍କା ଯୁବତୀଙ୍କୁ ୧ ବର୍ଷ ଧରି କରିଚାଲିଥିଲେ ଦୁଷ୍କର୍ମ, ଅଶ୍ଳୀଳ ଭିଡିଓ ବନାଇ କରୁଥିଲେ ବ୍ଲାକ୍‌ ମେଲିଂ

ହରିୟାଣା : ହରିୟାଣାର ହିସାରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଟ୍ୟୁସନ୍‌ ଶିକ୍ଷକ ନିଜ ପାଖରେ ପଢ଼ାଉଥିବା ୧୬ ବର୍ଷୀୟା ଯୁବତୀଙ୍କୁ ବ୍ଲାକ୍‌ ମେଲିଂ କରି ଦୀର୍ଘ ୧ ବର୍ଷ ଧରି କରିଚାଲିଥିଲା ଦୁଷ୍କର୍ମ । ଖାଲି ସେତିକି ନୁହେଁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ବନାଇ କରୁଥିଲେ ବ୍ଲାକ୍‌ ମେଲିଂ ।

ସୂଚନାନୁଯାୟୀ, ଯୁବତୀ ଜଣକ ଗାଁର ଜଣେ ଯୁବକଙ୍କ ଠାରେ ଟ୍ୟୁସନ କରୁଥିଲେ । ପ୍ରଥମେ ଟ୍ୟୁସନ୍‌ ମାଷ୍ଟରଙ୍କ ସାନ ଭାଇ ତାଙ୍କ ଉପରେ ଆଖି ପକାଇ ଥିଲେ । ଯୁବତୀ ଏ ସମ୍ପର୍କରେ ଟ୍ୟୁସନ୍‌ ମାଷ୍ଟର୍‌ଙ୍କୁ କହିବା ପରେ ଏମିତି ଆଉ ହେବନି କହି ଘରେ କହିବାକୁ ବାରଣ କରିଥିଲେ । ଏହି ଅଘଟଣ ଘଟିଥିଲା ୨୦୧୯ ମସିହା ଅକ୍ଟୋବର ୨୮ ତାରିଖରେ ।

ତେବେ ତା’ର ଠିକ୍‌ ଦୁଇଦିନ ପରେ ୩୦ ତାରିଖରେ ଟ୍ୟୁସନ୍‌ ମାଷ୍ଟର ଯୁବତୀଙ୍କୁ ପଢ଼ାଇ ସାରିବା ପରେ ଦୁଷ୍କର୍ମ କରିଥିଲେ । ଖାଲି ସେତିକି ନୁହେଁ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ସୁଟିଂ କରି ତାଙ୍କୁ ବ୍ଲାକ୍‌ ମେଲିଂ କଲେ । ଅଶ୍ଳୀଳ ଭିଡିଓ ଦେଖାଇ ଯୁବତୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଚାଲିଲେ । ଯେହେତୁ ଯୁବତୀ ଜଣକ ପାଠ ପଢ଼ା ଛାଡିବାକୁ ଚାହୁଁ ନଥିଲା ।

rape-21

ତେଣୁ ପାଠ ପଢ଼ା ବନ୍ଦ ହୋଇଯିବା ଭୟରେ ଘର ଲୋକଙ୍କୁ କହି ନଥିଲା ବୋଲି ଯୁବତୀ ଜଣକ ବୟାନ ଦେଇଛନ୍ତି । ପରେ ଟ୍ୟୁସନ୍‌ ମାଷ୍ଟର ଅଶ୍ଳୀଳ ଭିଡ଼ିଓ ଡିଲିଟ୍‌ କରିଦେବେ ବୋଲି କହି ଯୁବତୀଙ୍କୁ ଅର୍ଥ ଦାବି କରିଥିଲେ । ଯୁବତୀ ତାଙ୍କୁ ବାରମ୍ବାର ଅର୍ଥ ଦେଇଥିଲେ ମଧ୍ୟ ସେ ଭିଡିଓ ଡିଲିଟ୍‌ କରିନଥିଲେ । ଯୁବତୀ ଜଣକ ୨୦୨୦ ଜୁଲାଇ ମାସ ପର୍ଯ୍ୟନ୍ତ ଟ୍ୟୁସନ୍‌ ମାଷ୍ଟରଙ୍କୁ ୫୦ ହଜାର ଟଙ୍କା ଦେଇ ସାରିଥିବା କହିଛନ୍ତି ।

ହେଲେ ଶେଷ ଥର ପାଇଁ ଟ୍ୟୁସନ୍‌ ମାଷ୍ଟରଙ୍କୁ ଟଙ୍କା ଦେବା ପାଇଁ ଘର ଆଟାଚରୁ ଟଙ୍କା କାଢ଼ୁଥିବା ବେଳେ ଘର ଲୋକ ଦେଖିଦେଇଥିଲେ। ଫଳରେ ଘରେ ଯୁବତୀ ସବୁ କଥା ମାନି ଯାଇଥିଲା । ଘରଲୋକଙ୍କ ସହାୟତାରେ ଯୁବତୀ ମହିଳା ଥାନାରେ ଏତଲା କରିଛନ୍ତି । ପୋଲିସ୍‌ ଦୁଇଜଣଙ୍କ ନାମରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.