Below header

ଭିଡ଼ ଯୋଗୁ ବସ୍‌ରେ ଚଢ଼ିପାରିଲେନି ମହିଳା, କଲେ ଏଭଳି ବିପଜ୍ଜନକ ଯାତ୍ରା, ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିଦେଲେ ଲୋକେ

ଭିଡ଼ ଯୋଗୁ ବସ୍‌ରେ ଚଢ଼ି ନ ପାରି ବସ୍ ପଛପଟେ ଲଟକି ଗଲେ ଜଣେ ମହିଳା। ବସ୍‌ରେ ଯିବା ପାଇଁ ସେ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ। ହିମାଚଳ ପ୍ରଦେଶର ମଣ୍ଡି ଜିଲା ଦୁର୍ଗାପୁରରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି। ଘଟଣାଟି ୨୬ ଅକ୍ଟୋବରର। ମହିଳାଙ୍କର ଏଭଳି ଭିଡିଓକୁ ଜଣେ ପଥଚାରୀ ନିଜ ମୋବାଇଲ୍ ଫୋନ୍‌ରେ ରେକର୍ଡ କରିଥିଲେ।

ଭିଡିଓରୁ ଜଣାପଡ଼ିଛି, ଏଚ୍‌ଆର୍‌ଟିସିର ଧର୍ମପୁର ଡିପୋର ଏହି ବସ୍ ଦୁର୍ଗାପୁର ଯାଉଥିଲା। ଦୁର୍ଗାପୁର ପାଖରେ ବସ୍‌ରେ ଯାତ୍ରୀମାନଙ୍କର ଭିଡ଼ ବହୁତ ବଢିଯାଇଥିଲା। ଏହାରି ଭିତରେ ଜଣେ ମହିଳା ବସ୍‌ରେ ଚଢ଼ିବାକୁ ଚେଷ୍ଟା କରୁଥିଲେ। ମାତ୍ର ଅତ୍ୟଧିକ ଭିଡ଼ ଯୋଗୁ ସେ ବସ୍‌ରେ ଚଢ଼ିପାରି ନ ଥିଲେ। ଫଳରେ ସେ ସେଠାରେ ରହିଯାଇଥିଲେ।

କିନ୍ତୁ ଯେତେବେଳେ ବସ୍‌ଟି ଦୁର୍ଗାପୁରରୁ ଛାଡ଼ିବା ଆରମ୍ଭ କରିଥିଲା, ମହିଳା ଜଣକ ସଙ୍ଗେ ସଙ୍ଗେ ବସ୍ ପଛପଟ ଲୁହା ସିଡିରେ ଲଟକି ଯାଇଥିଲେ। ନିଜ ଜୀବନକୁ ବିପଦକୁ ଠେଲି ଏଭଳି କାମ କରିଥିଲେ। ତାଙ୍କ ପାଇଁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ବହୁତ ଜରୁରୀ ଥିଲା।

ଏହାସହ ପଢ଼ନ୍ତୁ: ଦୁଇ ଦିନରେ ୨ ଥର ଦଂଶିଲା ବିଷଧର ସାପ, ମୃତ୍ୟୁକୁ ମାତ୍‌ ଦେଲେ ମହିଳା!

ଏହା ଦେଖି ସେଠାରେ ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନେ ନିଜ ନିଜ ମୋବାଇଲ୍ ଫୋନ୍ ବାହାର କରି ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟକୁ ରେକର୍ଡ କରିଥିଲେ। ତେବେ ଏହି ଭିଡିଓଟି ଭାଇରାଲ ହେବା ପରେ ସ୍ଥାନୀୟ ଲୋକେ ନିଜର ଦାବି ଜଣାଇଥିଲେ। ଉତ୍ସବ ସମୟରେ ରୁଟ୍‌ରେ ଅତିରିକ୍ତ ବସ୍ ଚଳାଚଳ ପାଇଁ ସେମାନେ ସରକାରଙ୍କ ନିକଟରେ ଦାବି କରିଥିଲେ।

video courtesy: news18 virals

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.