Below header

ନକଲି ଅଫିସର୍ ହୋଇ ମାଗୁଥିଲେ ଟଙ୍କା, ବିଚ୍ ରାସ୍ତାରେ ମହିଳା ଏମିତି ଦେଲେ ଶିକ୍ଷା ଯେ ଭିଡିଓ ହୋଇଗଲା ଭାଇରାଲ୍

ନିଜକୁ ଦୁର୍ନୀତି ନିବାରଣ ଅଫିସର୍ କହି ମାଗୁଥିଲେ ଟଙ୍କା । ହେଲେ ଏମିତି ଉତ୍ତମ ମଧ୍ୟମ ଦେଲେ ମହିଳା ଯେ ଏବେ ସାରା ଜୀବନ ମିଛ କହିବାକୁ ଡରିବେ । ଘଟଣାଟି ହେଉଛି ଝାରଖଣ୍ଡର ।

ସୂଚନା ଅନୁସାରେ, ଜଣେ ବ୍ୟକ୍ତି ନିଜକୁ ଦୁର୍ନୀତି ନିବାରଣ ଅଫିସର କହି ମହିଳାଙ୍କୁ ୫୦ ହଜାର ଟଙ୍କା ଲାଂଚ ମାଗିଥିଲେ । ହେଲେ ବ୍ୟକ୍ତିଙ୍କ କଥାରେ ମହିଳାଙ୍କ ସନ୍ଦେହ ହୋଇଥିଲା । ତେଣୁ ସେ ଟଙ୍କା ଦେବା ବାହାନାରେ ଆଉ ଏକ ସ୍ଥାନକୁ ଡାକିନେଲେ । ଯେମିତି ହିଁ ବ୍ୟକ୍ତି ଜଣକ ଟଙ୍କା ନେବା ପାଇଁ ସେଠାରେ ପହଂଚିଲେ ମହିଳା ଜଣକ ବିଚ୍ ରାସ୍ତାରେ ହିଁ ଚପଲରେ ପିଟି ଚାଲିଲେ । ଏହା ପରେ ବ୍ୟକ୍ତିଙ୍କୁ ପୋଲିସ୍ ଜିମା ଦେଇଥିଲେ । ମହିଳାଙ୍କ ଏହି ଶିକ୍ଷାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.