Below header

ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1, ସୂଚନା ଦେଲା ISRO

ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ରାତି ୨ଟାରେ ଚତୁର୍ଥ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି । ସଫଳତାର ସହ କକ୍ଷପଥ ହ୍ରାସ ନେଇ ଇସ୍ରୋ ପକ୍ଷରୁ ଟ୍ଵିଟରରେ ସୂଚନା ଦିଆଯାଇଛି ।

୫ମ କକ୍ଷପଥକୁ ଗଲା ଆଦିତ୍ୟ L1 । ଭାରତର ସୂର୍ଯ୍ୟ ମିଶନରେ ସଫଳତାର ସହ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କଲା ଆଦିତ୍ୟ L1 । ରାତି ୨ଟାରେ ଚତୁର୍ଥ ଆର୍ଥ ବାଉଣ୍ଡ ଫାୟାରିଂ କରାଯାଇଛି । ସଫଳତାର ସହ କକ୍ଷପଥ ହ୍ରାସ ନେଇ ଇସ୍ରୋ ପକ୍ଷରୁ ଟ୍ଵିଟରରେ ସୂଚନା ଦିଆଯାଇଛି । ୨୫୬ କିମି X ୧୨୧୯୭୩ କିମି କକ୍ଷପଥରେ ଏବେ ବୁଲିବ ଆଦିତ୍ୟ L1 । ୧୯ ତାରିଖରେ ପରବର୍ତ୍ତୀ କକ୍ଷପଥ ପରିବର୍ତ୍ତନ କରିବ । ପୃଥିବୀଠାରୁ ୧୫ଲକ୍ଷ କିଲୋମିଟର ଦୂରରେ ଥିବା L-1 ପଏଣ୍ଟରେ ପହଞ୍ଚିବାକୁ ଆଦିତ୍ୟ L1କୁ ୧୨୫ ଦିନ ସମୟ ଲାଗିବ ।

ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଅଧୀନରେ ମହାକାଶକୁ ପଠାଯାଇଥିବା ଆଦିତ୍ୟ ଏଲ୍ -1 ମହାକାଶଯାନ ଚତୁର୍ଥ ‘ଆର୍ଥ ସୀମା ମନିଭର୍’ ସଫଳତାର ସହ ସମାପ୍ତ କରିଛି । ଭାରତୀୟ ସ୍ପେସ୍ ଏଜେନ୍ସି ‘ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍’ (ISRO) ଏକ ଟ୍ଵିଟ୍‌ ମାଧ୍ୟମରେ ଏହି ସୂଚନା ଦେଇଛି ।

ସୂର୍ଯ୍ୟ ଅଧ୍ୟୟନ ପାଇଁ ମହାକାଶକୁ ପଠାଯାଇଥିବା ଆଦିତ୍ୟ L1 ହେଉଛି ଭାରତର ପ୍ରଥମ ସ୍ପେସ ଅବ୍ଜର୍ଭେଟରୀ । ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ପାଞ୍ଚଟି ଲାଗ୍ରେଞ୍ଜ ପଏଣ୍ଟ ଅଛି । ଲାଗ୍ରେଞ୍ଜ ପଏଣ୍ଟ ସେହି ସ୍ଥାନକୁ କୁହାଯାଏ ଯେଉଁଠାରେ ସୂର୍ଯ୍ୟକୁ ବିନା କୌଣସି ଗ୍ରହଣ କିମ୍ବା ଅବରୋଧରେ ଦେଖାଯାଇ ପାରିବ । ଆଦିତ୍ୟ L-1 ମହାକାଶଯାନ ସ୍ପେସକ୍ରାଫ୍ଟକୁ ଲାଗ୍ରେଞ୍ଜ ପଏଣ୍ଟ 1 କୁ ପଠାଯାଉଛି । ପୃଥିବୀ ଠାରୁ ଲାଗ୍ରେଞ୍ଜ ପଏଣ୍ଟ 1 ର ଦୂରତା ୧୫ ଲକ୍ଷ କିଲୋମିଟର ହୋଇଥିବାବେଳେ ସୂର୍ଯ୍ୟଠାରୁ ପୃଥିବୀର ଦୂରତା ୧୫ କୋଟି କିଲୋମିଟର ।

କଣ କହିଛି ISRO ?
ISRO ଟ୍ଵିଟ କରି କହିଛି ଯେ, ‘ଚତୁର୍ଥ ଆର୍ଥ ବାଉଣ୍ଡ ମନିଭର୍‌ (EBN # 4)’ ସଫଳ ହୋଇଛି । ଏହି ସାଟେଲାଇଟକୁ ମରିସସ୍‌, ବାଙ୍ଗାଲୋର, ଶ୍ରୀହରିକୋଟାସ୍ଥିତ ସତୀଶ ଧଓ୍ଵନ ସ୍ପେସ୍‌ ସେଣ୍ଟର ଏବଂ ପୋର୍ଟ ବ୍ଲେୟର ଗ୍ରାଉଣ୍ଡ ଷ୍ଟେସନ ଦ୍ୱାରା ଟ୍ରାକ କରାଯାଇଥିଲା । ଆଦିତ୍ୟ L-1 ପାଇଁ ଫିଜି ଦ୍ୱୀପରେ ଥିବା ଟ୍ରାନ୍ସପୋର୍ଟେବଲ ଟର୍ମିନାଲ ପୋଷ୍ଟ ବର୍ନ ଅପରେସନରେ ସାହାଯ୍ୟ କରିବ । ଭାରତୀୟ ସ୍ପେସ୍ ଏଜେନ୍ସି କହିଛି ଯେ ପରବର୍ତ୍ତୀ ମନିଭର୍ ଟ୍ରାନ୍ସ-ଲାଙ୍ଗ୍ରେଜିଆନ୍ ପଏଣ୍ଟ 1 ଇନ୍ସର୍ସନ୍ (TL1I) ୧୯ ସେପ୍ଟେମ୍ବର ରାତି ୨ଟାରେ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.