Below header

କୋଚି ସମୁଦ୍ରରେ ଭାରତୀୟ ନୌସେନାର ଶକ୍ତି ପ୍ରଦର୍ଶନ, ଦେଖନ୍ତୁ ଭିଡିଓ

କୋଚି : କୋଚି ନିକଟ ସମୁଦ୍ରରେ ଭାରତୀୟ ନୌସେନା ତାର ଶକ୍ତି ପ୍ରଦର୍ଶନ କରିଛି । ଗତକାଲି ସକାଳେ ଆଇଏନ୍‌ଏସ୍‌ ‘ସୁନୟନା’ରେ ନୌବାହିନୀ ଯବାନ୍‌ମାନେ ସମୁଦ୍ରରେ ଆତଙ୍କବାଦୀ ଆକ୍ରମଣ ହେଲେ ତାକୁ କିଭଳି ପ୍ରତିହତ କରିବ ସେହି ଡେମୋ ଦେଖାଇଥିଲେ । ଏମାନଙ୍କ ସହିତ ଆଇଏନ୍‌ଏସ୍‌ ସୁଜାତା, ଆଇଏନ୍‌ଏସ୍‌ ସୁଦର୍ଶିନୀ ଏବଂ କୋଷ୍ଟଗାର୍ଡ଼ ଜାହାଜ ସାରଥୀ ମଧ୍ୟ ସାମିଲ ହୋଇଥିଲା । କୋଚି ସମୁଦ୍ର ତଟରେ ପ୍ରାୟ ୩୬ କିଲୋମିଟର ଅଞ୍ଚଳରେ ଦିନ ସାରା ଅଭ୍ୟାସ ଚାଲିଥିଲା । ନୌସେନା ସପ୍ତାହ ଅବସରରେ ଏହି ସମରାଭ୍ୟାସ କରାଯାଇଥିଲା । ତେବେ ଏଥିରେ ସବୁଠାରୁ ଆକର୍ଷଣୀୟ ଥିଲା ଗୋଟିଏ ଜାହାଜରୁ ଅନ୍ୟ ଜାହାଜକୁ କିଭଳି ଦଉଡ଼ି ସାହାଯ୍ୟରେ ଜିନିଷପତ୍ର ପଠା ଯାଉଥିଲା । ଦୁଇଟି ଯାକ ଜାହାଜ ସମାନ୍ତରାଳ ଭାବେ ଦ୍ରୁତ ଗତିରେ ଯାଉଥିଲେ ଏବଂ ତଳେ ଉଚ୍ଚ ଲହଡ଼ି ଥିଲା । ଏସବୁ ପ୍ରତିବନ୍ଧକ ଭିତରେ ସେମାନେ ସାହସିକତା ପ୍ରଦର୍ଶନ କରିଥିଲେ । ଏହି ଅଭିଯାନରେ ସ୍ଥାନୀୟ ସାମ୍ବାଦିକମାନଙ୍କୁ ମଧ୍ୟ ସମିଲ କରାଯାଇଥିଲା ।


ସୌଜନ୍ୟ :ଏଏନ୍‌ଆଇ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.