ସାଙ୍ଗଙ୍କ ସହ ଶେୟାର କରନ୍ତୁନି ଏହି ୬ଟି ଜିନିଷ, ନଚେତ୍‌ ଅଧାରୁ ଭାଙ୍ଗିଯିବ ସମ୍ପର୍କ

ନିଜ ସାଙ୍ଗଙ୍କ ସହ ଜିନିଷ ଶେୟାର କରିବା ସାଧାରଣ କଥ। କିନ୍ତୁ ଅନେକ ସମୟରେ ଆମେ ଜିନିଷଗୁଡ଼ିକୁ ଅନ୍ୟକୁ ଦେବା ପୂର୍ବରୁ ବୁଝିବିଚାରି ଦେବା ଉଚିତ। ବାସ୍ତୁ ଅନୁସାରେ ନିଜର କିଛି ପର୍ସନାଲ ଜିନିଷ ଅନ୍ୟକୁ ଦେବାରେ ଦୁର୍ଭାଗ୍ୟ ଆସିଥାଏ। ଆସନ୍ତୁ ଜାଣିବା, କେଉଁ ଜିନିଷଗୁଡ଼ିକୁ ଆମେ ଅନ୍ୟକୁ ଦେବା ଅନୁଚିତ ଆଉ କାହିଁକି।

୧. ଘଣ୍ଟା

ଯଦି ଆପଣ ନିଜ ହାତଘଣ୍ଟାକୁ ଆଉ କାହାକୁ ପିନ୍ଧିବାକୁ ଦେଉଛନ୍ତି, ତା’ହେଲେ ମାନି ନିଅନ୍ତୁ ଆପଣଙ୍କ ଜୀବନକୁ ତାଙ୍କ ହାତରେ ଟେକି ଦେଉଛନ୍ତି। ଧରନ୍ତୁ, ସେହିଦିନ ଆପଣଙ୍କ ସହ କିଛି ଭଲ ହେବାର ଥିଲା, କିନ୍ତୁ ଏହା ଘଣ୍ଟା ନେଇଥିବା ବ୍ୟକ୍ତିଙ୍କ ପାଖକୁ ଚାଲିଯିବ। ତେଣୁ ହାତଘଣ୍ଟା କାହାକୁ ପିନ୍ଧିବାକୁ ଦିଅନ୍ତୁ ନାହିଁ।

friend2

୨. ମୁଦି

ସାଧାରଣତଃ ମହିଳାମାନେ ନିଜ ସାଙ୍ଗ ପିନ୍ଧିଥିବା ମୁଦି ଦେଖି ତାହାକୁ ନିଜେ ପିନ୍ଧିବାକୁ ଇଚ୍ଛା କରନ୍ତି। କିନ୍ତୁ ଏମିତି ଆଦୌ କରନ୍ତୁ ନାହିଁ। କାରଣ, ଏମିତି କଲେ, ଉଭୟ ମୁଦି ଦେଇଥିବା ଏବଂ ନେଇଥିବା ବ୍ୟକ୍ତିଙ୍କ ଉପରେ ଆର୍ଥିକ ସଙ୍କଟ ପଡ଼ିଯିବ।

୩. କପଡ଼ା

ଯଦି ଆପଣ କୌଣସି ବ୍ୟକ୍ତିଙ୍କ କପଡ଼ା ପିନ୍ଧୁଛନ୍ତି କିମ୍ବା ଆଉ କାହାକୁ ନିଜ କପଡ଼ା ଦେଉଛନ୍ତି, ତା’ହେଲେ ଦୁର୍ଭାଗ୍ୟ ଆପଣଙ୍କୁ ଚାରିଆଡ଼ୁ ଘେରିଯିବ। ସ୍ୱାସ୍ଥ୍ୟ ଭଲ ରହିବାକୁ ହେଲେ ଅନ୍ୟଜଣଙ୍କ କପଡ଼ା ପିନ୍ଧିବା ଅନୁଚିତ। ବାସ୍ତୁ ଅନୁସାରେ ଏହା ଆପଣଙ୍କୁ ରୋଗାଗ୍ରସ୍ଥ କରିଦେବ।

ଏହାସହ ପଢ଼ନ୍ତୁ: ପକେଟ୍‌ରେ ପଇସା ନାହିଁ? ଆପଣାନ୍ତୁ ଏହି ୫ଟି ଉପାୟ

friend3

୪. ପଇସା

ପଇସା ଉଦାର ଦେବାରେ ଏବଂ ନେବାରେ ଆପଣ ସମ୍ପର୍କୀୟ କିମ୍ବା ସାଙ୍ଗଙ୍କ ସହ ସମ୍ପର୍କ ଖରାପ ହୋଇଯିବ। ତେଣୁ ଏପରି ନ କରିବାକୁ ଚେଷ୍ଟା କରନ୍ତୁ।

୫. ପାନିଆ

ଅନ୍ୟଜଣଙ୍କ ପାନିଆ ବ୍ୟବହାର କଲେ, ଆପଣଙ୍କ କେଶ ଏବଂ ତାଳୁ ପାଇଁ କ୍ଷତିକାରକ ହୋଇଥାଏ। ସେହିପରି ଆପଣଙ୍କ ଭାଗ୍ୟ ଉପରେ ଏହାର ବିପରୀତ ପ୍ରଭାବ ମଧ୍ୟ ପଡ଼ିଥାଏ।

ଏହାସହ ପଢ଼ନ୍ତୁ: କେବେ ବି ଧନୀ ହେବାକୁ ଦେଇ ନ ଥାଏ ଏହି ୩ଟି ଅଭ୍ୟାସ, ଆପଣଙ୍କ ପାଖରେ ଅଛି କି?

comb

୬. କଲମ

ଅନ୍ୟଜଣଙ୍କ କଲମ ବ୍ୟବହାର କଲେ, ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ସବୁବେଳେ ନିଜ ପାଖରେ କଲମ ରଖନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.