ଆଫଗାନିସ୍ତାନ: ରାସ୍ତାରେ ଥିବା ବସ୍ରେ ବୋମା ବିସ୍ଫୋରଣ, ୭ ମୃତ

ଆଫଗାନିସ୍ତାନର ବଲ୍ଖ ପ୍ରାନ୍ତରେ ବୋମା ବିସ୍ଫୋରଣ ହୋଇଛି। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ମୁତାବକ, ଏହି ବୋମା ବିସ୍ଫୋରଣ ବଲ୍ଖ ପ୍ରାନ୍ତର ରାଜଧାନୀ ମଜାର ଏ ଶରିଫ ନିକଟରେ ହୋଇଛି। ସରକାରୀ କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ବସ ରାସ୍ତା କଡରେ ଛିଡା ହୋଇଥିବା ସମୟରେ ଏହି ବସ୍ଫୋରଣ ହୋଇଥିଲା। ଏଥିରେ ଥିବା ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତେ ଗୁରୁତର ରହିଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।
ଜଣେ ସରକାର ଅଧିକାରୀଙ୍କ କହିବାନୁଯାୟୀ, ଏହି ବିସ୍ଫୋରଣ ହେବା ସମୟରେ ସମସ୍ତ କର୍ମଚାରୀ ବସ୍ରେ ନିଜ କାର୍ଯ୍ୟସ୍ଥଳକୁ ଯାଉଥିଲେ। ପୋଲିସ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛି । ଏହି ବୋମା ବିସ୍ଫୋରଣରେ କୌଣସି ସଂଗଠନ ଦାୟୀ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ପୋଲିସ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି ।
Bus strikes roadside bomb in southern Afghanistan; nine killedhttps://t.co/OtpsknLUkQ
— The Indian Express (@IndianExpress) June 3, 2020
ବିସ୍ଫୋରଣ ଅଧିକ ଜୋରରେ ହୋଇଛି। ଫଳରେ ଘଟଣାରେ ମୃତକଙ୍କ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ବସ୍ରେ ଥିବା ଅନେକ ଲୋକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।