Below header

ଚାରିଟି ଶକ୍ତିଶାଳୀ ଭୂକମ୍ପରେ ଦୋହଲିଲା ଆଫଗାନିସ୍ତାନ, ମୃତ୍ୟୁ ସଂଖ୍ୟା ୩୦୦ ଟପିଲା

ଆଫଗାନିସ୍ତାନ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୩୦୦ ଟପିଛି। ଗତକାଲି ଘଣ୍ଟାଏ ମଧ୍ୟରେ ଚାରି ଚାରିଟି ଶକ୍ତିଶାଳୀ ଭୂକମ୍ପରେ ଦୋହଲିଥିଲା ଆଫଗାନିସ୍ତାନ। ପ୍ରଥମ ଭୂକମ୍ପ ଦିନ ୧୨ଟା ୧୧ରେ ଅନୁଭୂତ ହୋଇଥିଲା ।

ଆଫଗାନିସ୍ତାନ: ଆଫଗାନିସ୍ତାନ ଭୂକମ୍ପ ଜନିତ ମୃତ୍ୟୁ ସଂଖ୍ୟା ୩୦୦ ଟପିଛି। ଗତକାଲି ଘଣ୍ଟାଏ ମଧ୍ୟରେ ଚାରି ଚାରିଟି ଶକ୍ତିଶାଳୀ ଭୂକମ୍ପରେ ଦୋହଲିଥିଲା ଆଫଗାନିସ୍ତାନ। ପ୍ରଥମ ଭୂକମ୍ପ ଦିନ ୧୨ଟା ୧୧ରେ ଅନୁଭୂତ ହୋଇଥିଲା ।

ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୬.୧ । ପରେ ୧୨ଟା ୧୯ରେ ଦ୍ବିତୀୟ ଭୂକମ୍ପ ଝଟକା ଲାଗିଥିଲା । ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୫.୬ । ଏହାପରେ ୧୨ଟା ୪୨ରେ ତୃତୀୟ ଭୂକମ୍ପ ହୋଇଥିଲା । ତୀବ୍ରତା ୬.୨ ରେକର୍ଡ କରାଯାଇଛି।

ଦିନ ୧ଟା ୧୦ ମିନିଟରେ ୫.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ଆଫଗାନିସ୍ତାନର ଉତ୍ତର ଓ ପଶ୍ଚିମ ଅଞ୍ଚଳରେ ଭୂକମ୍ପ ଯୋଗୁ ଭୟଭୀତ ହୋଇପଡିଥିଲେ ଲୋକ ।

ହେରାତ୍ ସହରର ଉତ୍ତର-ପଶ୍ଚିମ ଭାଗରେ ୪୦ କିମି ଦୂର ଭୂକମ୍ପର କେନ୍ଦ୍ର ସ୍ଥଳ ଥିଲା। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଭୂକମ୍ପରେ ଅନେକ ବିଲ୍ଡିଂ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.