ଆଜି ସୁପର ସଣ୍ଡେରେ ସୁପର ଫାଇଟ୍: ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ

ଆଜି ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଅଷ୍ଟ୍ରେଲିଆ ସହ ଚେନ୍ନାଇରେ ହେବ ବିଗ୍ ଫାଇଟ୍ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଅଛନ୍ତି ଉଭୟ ଟିମ୍ ।

ଚେନ୍ନାଇ: ଆଜି ସୁପର ସଣ୍ଡେରେ ସୁପର ଫାଇଟ୍ । ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ ଭାରତ । ଅଷ୍ଟ୍ରେଲିଆ ସହ ଚେନ୍ନାଇରେ ହେବ ବିଗ୍ ଫାଇଟ୍ । ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ଅଛନ୍ତି ଉଭୟ ଟିମ୍ । ନିକଟରେ କଙ୍ଗାରୁ ବାହିନୀକୁ ଦିନିକିଆ ସିରିଜରେ ୨-୧ରେ ହରାଇଛି । ସେହିପରି ସବୁ ଖେଳାଳି ଜବରଦସ୍ତ ଫର୍ମରେ ଥିବାରୁ ଭାରତର ବିଜୟ ସମ୍ଭାବନା ଅଧିକ ।

ରୋହିତଙ୍କ ସହ ଇନିଂସ ଓପନ୍ କରିପାରନ୍ତି ଇଶାନ୍ କିଷାନ । ଡେଙ୍ଗୁ ଯୋଗୁ ଖେଳିବେ ନାହିଁ ଶୁବମନ୍ ଗିଲ୍ । ଟପ୍ ଅର୍ଡର ମଙ୍ଗ ଧରିବେ ରୋହିତ, ବିରାଟ, ଲୋକେଶ ରାହୁଲ, ଶ୍ରେୟସ ଆୟାର । ଅଲରାଉଣ୍ଡର ଭାବରେ ଖେଳିବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜା । ବୁମରାହ ଓ ସିରାଜଙ୍କ କାନ୍ଧରେ ରହିବ ଦ୍ରୁତ ବୋଲିଂ ଭାରତ । କୁଳଦୀପ ଯାଦବଙ୍କ ସହ ଦ୍ବିତୀୟ ସ୍ପିନର ଭାବରେ ଅଶ୍ବିନୀଙ୍କୁ ସୁଯୋଗ ମିଳିପାରେ ।

ରେକର୍ଡ କହୁଛି, ଭାରତ ବିପକ୍ଷରେ ଅଷ୍ଟ୍ରେଲିଆର ପଲ୍ଲା ଭାରୀ ରହିଛି । ଏଯାଏ ଉଭୟ ଦଳ ବିଶ୍ବକପରେ ୧୨ଥର ମୁହାଁମୁହିଁ ହୋଇଛନ୍ତି । ଭ୍ରମଣକାରୀ ଦଳ ୮ ଥର ଓ ଟିମ୍ ଇଣ୍ଡିଆ ଜିତିଛି ୪ଥର । ସେହିପରି ଚେନ୍ନାଇରେ ଉଭୟ ଦଳ ଖେଳିଥିବା ୩ଟି ମ୍ୟାଚରୁ ଅଷ୍ଟ୍ରେଲିଆ ୨ଟି ଓ ଗୋଟିଏ ଜିତିଛି ଭାରତ । ଅନ୍ୟପଚେ ଦିନିକିଆରେ ଭାରତ-ଅଷ୍ଟ୍ରେଲିଆ ୧୪୯ ମ୍ୟାଚ୍ ଖେଳିଛନ୍ତି ।

ଏଥିରୁ କଙ୍ଗାରୁ ବାହିନୀ ୮୩ ଓ ଟିମ୍ ଇଣ୍ଡିଆ ଜିତିଛି ୫୬ଟି ମ୍ୟାଚ୍ । ୧୦ଟି ମ୍ୟାଚ୍ ବିନା ଫଳାଫଳରେ ଶେଷ ହୋଇଛି । ରେକର୍ଡ ଅଷ୍ଟ୍ରେଲିଆ ସପକ୍ଷରେ ଥିଲେ ବି ଭାରତ ଚଳିତ ବିଶ୍ବକପ୍ ଟାଇଟଲ ଦାବିଦାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.