କରୋନା କାୟାରେ ଏବେ ଡାକ୍ତରଖାନା କର୍ମଚାରୀ : ଡାକ୍ତରଙ୍କ ପରେ କରୋନା କବଳରେ ଏବେ ଦୁଇ ନର୍ସ

ସମଗ୍ର ଭାରତବର୍ଷ ଲକଡାଉନ ହେବାର ଏହାମଧ୍ୟରେ ୧୦ ଦିନ ବିତିଗଲାଣି । ଏହି ଦଶଦିନ ଲକଡାଉନ ପରେ ଭାରତରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଦିନକୁ ଦିନ ନୂଆ ମାମଲା ସାମ୍ନାକୁ ଆସିଛି । ଶୁକ୍ରବାର ଦିଲ୍ଲୀ କର୍କଟ ହସପିଟାଲର ଡାକ୍ତର କରୋନା ସଂକ୍ରମିତ ହେବାର ଲକ୍ଷଣ ସାମ୍ନାକୁ ଆସିବା ପରେ ଏବେ ସେଠିକାର ଦୁଇଜଣ ନର୍ସଙ୍କ ରିପୋର୍ଟ ମଧ୍ୟ ପଜେଟିଭ ଆସିଛି । ଏହାପୂର୍ବରୁ ସେଠାରେ ଜଣେ ଡାକ୍ତର ପଜେଟିଭ ହେବା ପରେ ଡାକ୍ତରଖାନାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଥିଲା । କିନ୍ତୁ ନର୍ସ ସଂକ୍ରମିତଙ୍କ ପରେ ଏକ ପ୍ରକାର ଭୟର ବାତାବରଣ ଦେଖାଦେଇଛି ।

nurse

ସୂଚନାଯୋଗ୍ୟ, ଦିଲ୍ଲୀର ନରେଲା ଅଞ୍ଚଳରେ ଡ୍ରୋନ ଜରିଆରେ ସାନିଟାଇନ କାମ କରାଯାଉଛି । ଏହା ପୂର୍ବରୁ ଦିଲ୍ଲୀର ନିଜାମୁଦ୍ଦିନ ଅଂଚଳରେ ଡ୍ରୋନ ସାହାଯ୍ୟରେ ମଧ୍ୟ ସାନିଟାଇଜେସନ କାମ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.