Below header

ଟ୍ରେନ୍ ଦୁର୍ଘଟଣା ପରେ କ’ଣ କରନ୍ତି ଡ୍ରାଇଭର୍ ? କେମିତି ଧରାପଡ଼େ ତ୍ରୁଟି କାହାର ?

ଦଶହରାରେ ଅମୃତସରରେ ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି। ମାତ୍ର ୧୫ ସେକେଣ୍ଡ ଭିତରେ ଚାଲିଗଲା ପ୍ରାୟ ୬୦ ଅମୂଲ୍ୟ ଜୀବନ । ଛାତି ଥରାଇ ଦେଲା ଭଳି ଦୁର୍ଘଟଣା । ନିମିଷକ ମଧ୍ୟରେ ସବୁ ଛାରଖାର ହୋଇଗଲା । ଏହି ଅଘଟଣ ପରେ ଟ୍ରେନ୍ ଡ୍ରାଇଭର ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ ହେଉଛି । ପ୍ରଶ୍ନ ଉଠୁଛି ରେଳ ଧାରଣାରେ ଏତେ ସଂଖ୍ୟକ ଲୋକଙ୍କୁ କେମିତି ଦେଖି ପାରିଲେ ନାହିଁ ଲୋକୋ ପାଇଲଟ୍ ? ଏମର୍ଜେନ୍ସୀ ବ୍ରେକ୍ ଲଗାଇ ଥଲେ କି ନାହିଁ ? ବେଳେବେଳେ ଲୋକୋ ପାଇଲଟ୍ ଟ୍ରେନ୍ ଆଗକୁ କେହି ପଳାଇ ଆସିଲେ ଏମର୍ଜେନ୍ସୀ ବ୍ରେକ ଲଗାଇ ନ ଥାଆନ୍ତି । ଏକଥା ବି ସତ ଯେ, ଏମର୍ଜେନ୍ସୀ ବ୍ରେକ ଲଗାଇଲା ପରେ ବି ଅନେକ ଲୋକଙ୍କ ଜୀବନ ଯାଇଥାଏ ।

ଲୋକୋ ପାଇଲଟଙ୍କ କର୍ତ୍ତବ୍ୟ

ଯଦି ଟ୍ରେନ୍ ଡ୍ରାଇଭର ରେଳ ଧାରଣା ଉପରେ କୌଣସି ଜିନିଷ କିମ୍ବା ଲୋକଙ୍କୁ ଦେଖିଲେ ତୁରନ୍ତ ଗାଡ଼ିକୁ ଅଟକାଇବା ଦରକାର । ସେ ଏମର୍ଜେନ୍ସୀ ବ୍ରେକ୍ ବ୍ୟବହାର କରି ପାରିବେ ।

ଯଦି ଟ୍ରେନରେ କଟି କେହି ମୃତ୍ୟୁବରଣ କରନ୍ତି, ଡ୍ରାଇଭର ତୁରନ୍ତ ଏସମ୍ପର୍କରେ ଖବର ଦେବେ । ପରବର୍ତ୍ତୀ ଷ୍ଟେସନରେ ଟ୍ରେନକୁ ଅଟକାଇ ଲିଖିତ ରିପୋର୍ଟ ଦେବେ । କେହି ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ବି ଏହି ନିୟମକୁ ମାନିବେ ଡ୍ରାଇଭର୍ ।

ଅମୃତସର ଭଳି ବଡ଼ ଦୁର୍ଘଟଣା ଘଟିଲେ, ଟ୍ରେନ୍ ଡ୍ରାଇଭର ତୁରନ୍ତ ଏସମ୍ପର୍କରେ ପାଖ ଷ୍ଟେସନ ଅଧିକାରୀଙ୍କୁ ଅବଗତ କରାଇବେ । ଏଭଳି ମାମଲାରେ ଡ୍ରାଇଭରଙ୍କ ରକ୍ତ ନମୁନା ସଂଗ୍ରହ କରାଯାଏ । ସେଥିରୁ ଜଣାପଡ଼ିବ ସେ ନିଶାସକ୍ତ ଥିଲେ କି ନାହିଁ । ବିଭାଗୀୟ ତଦନ୍ତ ବି ହୋଇଥାଏ । ଯେମିତି ବିମାନ ଦୁର୍ଘଟଣାର ତଥ୍ୟ ବ୍ଲାକ ବକ୍ସରେ ଥାଏ, ସେମିତି ବ୍ୟବସ୍ଥା ବି ଟ୍ରେନରେ ରହିଛି । ଟ୍ରେନ୍ ଇଞ୍ଜିନରେ ଲାଗିଥିବା ଉପକରଣରେ ସବୁ ତଥ୍ୟ ଉପଲବ୍ଧ ହୋଇଥାଏ । ରେଳ ବିଭାଗ ନା ଡ୍ରାଇଭରଙ୍କ ତ୍ରୁଟି ବିଚ୍ୟୁତିରୁ ଦୁର୍ଘଟଣା ଘଟିଲା ଟ୍ରେନ୍ ଇଞ୍ଜିନରୁ ତଥ୍ୟ ହାସଲ ପରେ ଆଗେଇଥାଏ ତଦନ୍ତ ।

RAIL-1

ରେଳ ଇଞ୍ଜିନରୁ କ’ଣ ଡାଟା ମିଳେ ?

  • ଡ୍ରାଇଭର କୌଣସି ତ୍ରୁଟି ରହିଛି କି ?
  • କେତେ ପୂର୍ବରୁ ଡ୍ରାଇଭର୍ ଦୁର୍ଘଟଣା ସମ୍ପର୍କରେ ଜାଣି ପାରିଥିଲେ ?
  • ଦୁର୍ଘଟଣାକୁ ରୋକିବା ପାଇଁ ଡ୍ରାଇଭରଙ୍କ ପାଖରେ ସମୟ ଥିଲା କି ନାହିଁ ?
  • ଦୁର୍ଘଟଣାକୁ ରୋକିବା ପାଇଁ ଲୋକୋ ପାଇଲଟ୍ କଣ ପଦକ୍ଷେପ ନେଇଥିଲେ ?
  • ଡ୍ରାଇଭରଙ୍କୁ ଛାଡ଼ିଦେଲେ ଆଉ କାହାର ତ୍ରୁଟି ରହିଛି ?
  • ସିଗନାଲ୍ କିମ୍ବା ଟ୍ରାକ୍ ମ୍ୟାନଙ୍କ ତ୍ରୁଟି ବିଚ୍ୟୁତି ରହିଛି କି ?

RAIL-3

କେମିତି ହୁଏ ତଦନ୍ତ ?

ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ ଓ ତଦନ୍ତ ପ୍ରକ୍ରିୟାର ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପରବର୍ତ୍ତୀ ପଦକ୍ଷେପ ନେଇଥାଏ ରେଳ ବିଭାଗ । ଛୋଟମୋଟ ଦୁର୍ଘଟଣାର ତଦନ୍ତ ରେଳ ବିଭାଗ ସ୍ତରରେ କରାଯାଏ । ବଡ଼ ବଡ଼ ଦୁର୍ଘଟଣାର ତଦନ୍ତ କରି ଥାଆନ୍ତି ରେଲଓ୍ୱେ ସେଫଟି କମିଶନର । ଭାରତୀୟ ରେଳରେ ଅଭିଜ୍ଞ ଲୋକୋ ପାଇଲଟଙ୍କୁ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ନିଯୁକ୍ତି ମିଳିଥାଏ । ଚାକିରି ପରେ ତାଲିମ ନେଇ ଥାଆନ୍ତି । ଟ୍ରେନିଂ ପିରିୟଡ୍ ସରିବା ପରେ କିଛି ବର୍ଷ ଚଳାଇ ଥାଆନ୍ତି ମାଲବାହୀ ଟ୍ରେନ୍। ଭଲ ଭାବରେ ଅଭିଜ୍ଞତା ହାସଲ ହେଲେ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ଅନୁମତି ମିଳିଥାଏ । ଯାଉନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.