ଜମ୍ମୁ-କାଶ୍ମୀର କୁଲଗାମରେ ୩ ଆତଙ୍କବାଦୀ ନିହତ

ଶ୍ରୀନଗର (କେନ୍ୟୁଜ୍) : ଜମ୍ମୁ-କାଶ୍ମୀର କୁଲଗାମରେ ୩ ଆତଙ୍କବାଦୀ ନିହତ । କୁଲଗାମ ଲାରୋ ଅଞ୍ଚଳରେ ୩ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛନ୍ତି ଯବାନ । ଅପରେସନ୍ ଶେଷ ହୋଇଥିବା ଡିଜିପି ଦିଲବାଗ ସିଂ ସୂଚନା ଦେଇଛନ୍ତି । ତେବେ ୩ ଆତଙ୍କବାଦୀଙ୍କ ଚିହ୍ନଟ ହୋଇ ପାରି ନାହିଁ । ଏନକାଉଣ୍ଟରରେ ୨ ଜଣ ଯବାନ ଆହତ ହୋଇଛନ୍ତି । ଗତକାଲିଠାରୁ ଏନକାଉକାଉଣ୍ଟର ଚାଲିଥିଲା । ସେନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୩ ରୁ ୪ ଜଣ ଆତଙ୍କବାଦୀ ଗୋଟିଏ ଘର ଭିତରେ ଲୁଚି ରହିଥିଲେ । ସୂଚନା ପାଇବା ପରେ ସେନା ସଂପୂର୍ଣ୍ଣ ଇଲାକାକୁ ଘେରା ବନ୍ଦି କରି ଏନକାଉଣ୍ଟର ଆରମ୍ଭ କରିଥିଲା । ଗୁଳି ବିନିମୟ ବେଳେ ୧୦ ସାଧାରଣ ଲୋକ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.