Below header

ପ୍ରଥମ ଦିନିକିଆ : ପ୍ରଥମେ ବ୍ୟାଟିଂ କରୁଛି ୱେଷ୍ଟଇଣ୍ଡିଜ୍

ଗୌହାଟି : ଆରମ୍ଭ ହୋଇ ଯାଇଛି ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଦିନିକିଆ ମ୍ୟାଚ୍ । ବିରାଟ କୋହଲି ଟସ୍ ଜିତି ପ୍ରଥମେ ଫିଲଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜେସନ୍ ହୋଲଡର କହିଛନ୍ତି ଟସ୍ ଜିତିଥିଲେ ସେ ପ୍ରଥମେ ବ୍ୟାଟିଂ କରିଥାନ୍ତେ । ତେଣୁ ସୁଯୋଗ ମିଳିଥିବାରୁ ତାଙ୍କ ଯୁବ ବ୍ୟାଟ୍ସମ୍ୟାନମାନେ ବଡ଼ ସ୍କୋର କରିବାକୁ ଉଦ୍ୟମ କରିବେ । ଓସେନ୍ ଥୋମାସ ଓ ଚନ୍ଦରପଲ ହେମରାଜ ଇଣ୍ଡିଜ୍ ପକ୍ଷରୁ ପ୍ରଥମ ମ୍ୟାଚ ଖେଳୁଛନ୍ତି । ତେବେ ସେ ମାତ୍ର ୯ ରନ୍ କରି ସାମିଙ୍କ ବଲରେ ଆଉଟ୍ ହାଇଛନ୍ତି । ଦଳର ପ୍ରଥମ ୱିକେଟ୍ ୧୯ ରନରେ ପଡ଼ିଛି । ହେମରାଜଙ୍କ ସହ କିରନ ପାୱେଲ ଇନିଂସ୍ ଆରମ୍ଭ କରିଥିଲେ  । ପ୍ରଥମ ୬ ଓଭର ସୁଦ୍ଧା ଗୋଟିଏ ୱିକେଟ୍ ହରାଇ ୩୬ ରନ୍ କରିଥିଲା ଭ୍ରମଣକାରୀ ଦଳ ।

RUSHABH INDIA CAP
ଋଷଭ ପନ୍ତଙ୍କୁ ଟିମ୍ ଇଣ୍ଡିଆ କ୍ୟାପ୍

ସେପଟେ ଭାରତ ପକ୍ଷରୁ ଋଷଭ ପନ୍ତ ଦିନିକିଆରେ ତାଙ୍କର ପ୍ରଥମ ମ୍ୟାଚ୍ ଖେଳିବାର ସୁଯୋଗ ପାଇଛନ୍ତି । ଅମ୍ବାତି ରାୟୁଡୁ ଚାରି ନମ୍ବରରେ ବ୍ୟାଟିଂ କରିବେ ବୋଲି କୋହଲି କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.