ତିତଲି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ବର (କେନ୍ୟୁଜ୍) : ତିତଲି କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗାଈ ମରିଥିଲେ ୩୦ ଓ ବଳଦ ମରିଥିଲେ ୨୫ ହଜାର ଟଙ୍କା ମିଳିବ । ଛେଳି, ମେଣ୍ଢା ମରିଥିଲେ ମିଳିବ ୩ ହଜାର ଟଙ୍କା । ସେହିପରି ସମତଳ ଅଞ୍ଚଳରେ ଘର ଭାଙ୍ଗିଥିଲେ ମିଳିବ ୯୫ ହଜାର ଟଙ୍କା । ପାହାଡ଼ିଆ ଅଞ୍ଚଳରେ ଘର ଭାଙ୍ଗିଥିଲେ ୧ଲକ୍ଷ ୧ହଜାର ୯୦୦ ଟଙ୍କା ମିଳିବ । ବାସନ କୁସନ ଲୁଗାପଟା ନଷ୍ଟ ହୋଇଥିଲେ ୩ହଜାର ୮୦୦ ଟଙ୍କା ମିଳିବ । କଚ୍ଚାଘର ଆଂଶିକ ଭାଙ୍ଗିଥିଲେ ମିଳିବ ୩ହଜାର ୨୦୦ ଟଙ୍କା । ପୁନରୁଦ୍ଧାର କାମ ସଂପୂର୍ଣ୍ଣ ହେଲାଣି । ୨୩ ତାରିଖ ସୁଦ୍ଧା ଗଜପତିରେ ବିଦ୍ୟୁତ ସଂଯୋଗ ସଂପୂର୍ଣ୍ଣ ହେବ ବୋଲି ସୂଚନା ଦେଇଛନ୍ତି ଯୁଗ୍ମ ଏସଆରସି ପ୍ରଭାତ ମହାପାତ୍ର ।

Leave A Reply

Your email address will not be published.