ଅପରାହ୍ନର ବଡ଼ ଖବର

୧-ନୂଆଦିଲ୍ଲୀ : ଆସନ୍ତା ୧୬ରୁ ୨୦ ତାରିଖ ମଧ୍ୟରେ ଭାରତ ଆଉ ଥରେ ପାକିସ୍ତାନ ଉପରେ ଆକ୍ରମଣ କରି ପାରେ । ପାକିସ୍ତାନର ଏଭଳି ଚର୍ଚ୍ଚାକୁ ଭାରତ ପକ୍ଷରୁ ଖଣ୍ଡନ କରାଯାଇଛି ।

୨-ପୁଲଓ୍ଵାମା ବିସ୍ଫୋରଣ ପରେ ପାଖାପାଖି ମାସେ ହେଲା ପାକିସ୍ତାନ ତାର ବିମାନ ବନ୍ଦରଗୁଡ଼ିକ ବନ୍ଦ କରିଦେବା ଫଳରେ ଆଫଗାନିସ୍ତାନର ପ୍ରାୟ ୮ ନିୟୁତ ଡଲାର କ୍ଷତି ହୋଇଥିବା ଦେଶ ପକ୍ଷରୁ କୁହାଯାଇଛି ।

୩-ନିର୍ବାଚନ କମିଶନ୍‌ଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ୍‌ । ଚଳିତ ନିର୍ବାଚନରେ କୌଣସି ରାଜନୈତିକ ଦଳର ପ୍ରାର୍ଥୀ କିମ୍ବା ମୁଖପାତ୍ର ସାମ୍ପ୍ରଦାୟିକ ସଦଭାବ କ୍ଷୁଣ୍ଣ କଲା ଭଳି ଭାଷଣ ଦେଉଥିଲେ ତାଙ୍କ ବିରୋଧ କଡ଼ା କାର୍ଯ୍ୟାନୁଷ୍ଠା ବୋକୁ ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୪-ଟିକ୍‌ଟକ୍‌କୁ ବ୍ୟାନ୍‌ କରିବା ପାଇଁ ମାଡ୍ରାସ୍‌ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରି ସୁପ୍ରିମ୍‌ କୋର୍ଟରେ ଆବେଦନ କରାଯାଇଛି ।

୫-ଆଗାମୀ ବିଶ୍ୱ କପ୍‌ ପୂର୍ବରୁ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କୁ କିଛି ଦିନ ବିଶ୍ରାମ ଦେବାକୁ ପରାମର୍ଶ ଦେଇଛନ୍ତି ଇଂଳଣ୍ଡର ପୂର୍ବତନ ଅଧିନାୟକ ମାଇକେଲ୍‌ ଭନ୍‌ ।

Leave A Reply

Your email address will not be published.