ଏୟାର ଇଣ୍ଡିଆ ମଦୁଆ ପାଇଲଟଙ୍କୁ ଫ୍ଲାଇଟରୁ ଓହ୍ଲାଇ ଦିଆଗଲା

ନୂଆଦିଲ୍ଲୀ : ଗତକାଲି ଦିଲ୍ଲୀ ବିମାନ ବନ୍ଦରରେ ଜଣେ ସହକାରୀ ପାଇଲଟ୍ ଭୁଲରେ ହାଇଜାକ୍ ପାଇଁ ସତର୍କ ସୂଚନା ଥିବା ସୁଇଚ୍ ଟିପି ଦେଇଥିଲେ । ଆଉ ଆଜି ଦିଲ୍ଲୀରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନର ଜଣେ ବରିଷ୍ଠ ପାଇଲଟଙ୍କୁ ମଦ ପିଇଥିବାରୁ ଓହ୍ଲାଇ ଦିଆଯାଇଛି ।

PILOTଏୟାର ଇଣ୍ଡିଆର ୧୧୧ ଫ୍ଲାଇଟ୍ ଦିଲ୍ଲୀ ବିମାନ ବନ୍ଦରରୁ ଲଣ୍ଡନ ଯିବା ପାଇଁ ପ୍ରସ୍ତୁତ ଥିଲା । ଏହା ପୂର୍ବରୁ ନିୟମିତ ଭାବେ ପାଇଲଟମାନଙ୍କର ଆଲକାହଲ୍ ଟେଷ୍ଟ ହୁଏ । ସେହି ଟେଷ୍ଟରେ ଦୁଇ ଦୁଇଥର ଫେଲ୍ ମାରିଲେ ସିନିୟର ପାଇଲଟ୍ ତଥା ନିର୍ଦ୍ଦେଶକ ଅରବିନ୍ଦ କାଥପାଲିଆ । ତାପରେ ତାଙ୍କୁ ଅଯୋଗ୍ୟ ଘୋଷଣା କରି ଫ୍ଲାଇଟରୁ ଓହ୍ଲାଇ ଦିଆଯାଇଥିଲା । ଏହି ପ୍ରକ୍ରିୟା ଯୋଗୁଁ ବିମାନ ଛାଡ଼ିବାରେ ମଧ୍ୟ ବିଳମ୍ବ ହୋଇଥିଲା ।

ପୂର୍ବରୁ ମଧ୍ୟ ତାଙ୍କ ନାଁରେ ଏଭଳି ଅଭିଯୋଗ ରହିଛି । ଗତ ବର୍ଷ ସେ ଏଥିପାଇଁ ତିନି ମାସ ନିଲମ୍ବିତ ହୋଇଥିଲେ । ନିୟମ ଅନୁଯାୟୀ ବ୍ରିଥ୍ ଟେଷ୍ଟରେ ଫେଲ୍ ମାରିଲେ ପାଇଲଟଙ୍କୁ ୩ ବର୍ଷ ନିଲମ୍ବିତ କରି ଦିଆଯାଏ ।

Leave A Reply

Your email address will not be published.