ବିମାନ ଯାତ୍ରୀଙ୍କୁ ମିଳୁଛି ‘କୁକୁର ଖାଦ୍ୟ’, ମେନୁ ଦେଖି ଲୋକେ ଆଶ୍ଚର୍ଯ୍ୟ; ଟ୍ରୋଲ୍‌ ହେଉଛି ଏୟାରଲାଇନ୍ସ କମ୍ପାନୀ

ବିମାନର ବିଜନେସ୍‌ କ୍ଲାସ୍‌ରେ ଯାତ୍ରା କରିବା ଅନେକ ଲୋକଙ୍କ ସ୍ୱପ୍ନ ହୋଇଥାଏ। ଟିକେଟ୍‌ ପାଇଁ ଅଧିକ ପଇସା ଖର୍ଚ୍ଚ କରୁଥିବା ଯାତ୍ରୀ ଏୟାରଲାଇନ୍ସରୁ ଅଧିକ ଆରାମଦାୟକ ସିଟ୍ ଏବଂ ସୁସ୍ୱାଦୁ ବ୍ୟଞ୍ଜନ ସହିତ ଏକ ବଢ଼ିଆ ଅଭିଜ୍ଞତା ଆଶା କରନ୍ତି। କିନ୍ତୁ ନିକଟରେ ଚାଇନା ଇଷ୍ଟର୍ନ ଏୟାରଲାଇନ୍ସର ଏକ ବିମାନରେ ଏମିତି ଏକ ଘଟଣା ଘଟିଛି, ଯାହା ଲୋକଙ୍କ ଆଶାରେ ପାଣି ଫିଙ୍ଗିଦେଇଛି।

ସୂଚନାଯୋଗ୍ୟ, ଚାଇନା ଇଷ୍ଟର୍ନ ଏୟାରଲାଇନ୍ସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତି ମେନୁରେ କିଛି ଅଜବ ଲେଖା ଦେଖିବାକୁ ପାଇଥିଲେ। ସେ ଏହାର ଏକ ଫଟୋ ଫେସବୁକରେ ସେୟାର କରିଥିଲେ। କନରାଡ ୱୁ ନାମକ ବ୍ୟକ୍ତି ଅଭିଯୋଗ କରିଛନ୍ତି ଯେ ଏୟାରଲାଇନ୍ସ ବିଜନେସ୍‌ କ୍ଲାସ୍‌ର ଯାତ୍ରୀଙ୍କୁ କୁକୁର ଖାଦ୍ୟ ଖୁଆଉଛି।

ବ୍ୟକ୍ତି ଜଣକ ମେନୁର ଯେଉଁ ଫଟୋ ସେୟାର କରିଛନ୍ତି, ସେଥିରେ ଆପିଟାଇଜର୍‌ରେ ସୁପ୍‌, ବ୍ରେଡ୍‌ ସହିତ ଅନେକ ପ୍ରକାରର ଖାଦ୍ୟ ଦେଖିବାକୁ ମିଳୁଛି, ଯେଉଁଥିରେ ରହିଛି ଭାନିଲା ଚିଙ୍ଗୁଡ଼ି ଏବଂ ଗ୍ରିଲ୍ଡ ଷ୍ଟିକ୍ ଭଳି ବ୍ୟଞ୍ଜନ। ତେବେ ଏହି ମେନୁରେ ବିବ୍ରତ କଲା ଭଳି ଏକ ଖାଦ୍ୟ ମଧ୍ୟ ଅନ୍ତର୍ଭୁକ୍ତ ରହିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ଭାଇରାଲ୍ ମେନୁର ଫଟୋରେ ଇଂରାଜୀରେ ଲେଖା ହୋଇଛି, ‘Imported dog food’। ଏହାର ଅର୍ଥ, ବିମାନରେ ଯାତ୍ରା କରୁଥିବା ଲୋକମାନେ ଆପିଟାଇଜର୍‌ ରୂପେ କୁକୁର ଖାଦ୍ୟକୁ ମଧ୍ୟ ଉପଭୋଗ କରିପାରିବେ। ଯେତେବେଳେ ଲୋକମାନେ ସୋସିଆଲ ମିଡିଆରେ କନରାଡଙ୍କ ପୋଷ୍ଟ ଦେଖିଲେ, ତ ଏହି ଘଟଣାକୁ ନେଇ ସମ୍ପୃକ୍ତ ଏୟାରଲାଇନ୍ସକୁ ଟ୍ରୋଲ କରିବା ଆରମ୍ଭ କରି ଦେଇଥିଲେ। ସେପଟେ କିଛି ୟୁଜର ଅନୁମାନ କରୁଛନ୍ତି ଯେ ମୂଳ ମେନୁରେ ବୋଧହୁଏ ‘ହଟ୍‌ ଡଗ୍‌’ ଲେଖାଯାଇଥିବ, କିନ୍ତୁ ଗୁଗଲ ଟ୍ରାନ୍ସଲେଟ୍‌ ଅର୍ଥକୁ ଅନର୍ଥ କରି ଦେଇଛି।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.