ମାତ୍ର ୪ ଦିନରେ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ

ମାତ୍ର ୪ ଦିନରେ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୧ରୁ ଆରମ୍ଭ ହେଇଥିଲା ଅଧିବେଶନ। ଡିସେମ୍ବର ୩୦ ଯାଏ କାର୍ଯ୍ୟସୂଚୀ ଥିଲା। ଯେଉଁଥିରେ ୩୦ଟି କାର୍ଯ୍ୟ ଦିବସ ରହିଥିଲା ।

ମାତ୍ର ୪ ଦିନରେ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ। ନଭେମ୍ବର ୨୧ରୁ ଆରମ୍ଭ ହେଇଥିଲା ଅଧିବେଶନ। ଡିସେମ୍ବର ୩୦ ଯାଏ କାର୍ଯ୍ୟସୂଚୀ ଥିଲା। ଯେଉଁଥିରେ ୩୦ଟି କାର୍ଯ୍ୟ ଦିବସ ରହିଥିଲା । ହେଲେ ୨୬ ଦିନ ଆଗରୁ ଶେଷ ହେଲା ବିଧାନ ସଭାର ଶୀତକାଳୀନ ଅଧିବେଶନ।

ଉଭୟ ବିରୋଧୀ ବିଜେପି କଂଗ୍ରେସର ହଟଗୋଳ ଓ କକ୍ଷ ତ୍ୟାଗ। ଫଳରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି। ମାତ୍ର ୪ ଦିନ ଚାଲିଛି ବିଧାନସଭା । ଏହି ୪ ଦିନ ମଧ୍ୟରେ ଗୋଟିଏ ମୁଲତବୀ ପ୍ରସ୍ତାବ ଆଲୋଚନା ହୋଇଥିବା ବେଳେ ଗୋଟିଏ ବିଲ୍ ପାରିତ ହୋଇଛି। ଦୁଇ ଦିନ ଧରି ଆଦିବାସୀ ଜମି ହସ୍ତାନ୍ତରକୁ ନେଇ ପ୍ରବଳ ହୋ-ହଲ୍ଲା ହୋଇଥିଲା । ଡିସେମ୍ବର ୩୦ ପର୍ଯ୍ୟନ୍ତ ବିଧାନସଭା ଚାଲିବା ନେଇ ପ୍ରକାଶ ପାଇଥିଲା ବିଜ୍ଞପ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.