Below header

ହାତ ଧରି ବାହା ହେଇଥିଲା ସ୍ୱାମୀ, ସାପ ଚୋଟ ଦେଇ ସ୍ତ୍ରୀ ଓ ଛୁଆକୁ ମାରିଦେଲା

ବାହାବେଦିରେ ବସି ସ୍ୱାମୀ ହାତ ଧରିବାବେଳେ କେବେବି ଚିନ୍ତା କରିନଥିବେ ଯେ ଦେବତାଙ୍କୁ ସାଖି ରଖି ସାତ ଜନ୍ମ ପାଇଁ ଯୋଉ ସ୍ୱାମୀର ହାତ ଧରିଥିଲେ ସେ ଦିନେ ତାଙ୍କ ପାଇଁ ସାଜିବ କାଳ ପୁରୁଷ । ଆଉ ଏହି ହତ୍ୟା ଷଡଯନ୍ତ୍ରରେ ଯଦି ସବୁଠାରୁ କଷ୍ଟରେ କେହି ଥାଏ, ସେ ହେଉଛନ୍ତି ଝିଅର ବାପା ମାଆ ।

ପୋଲସରା (କେନ୍ୟୁଜ): କାନ୍ଥରୁ ଲିଭିନି ବାହାଘରର ସ୍ମୃତି । ଏବେବି କାନରେ ବାଜୁଛି ସେହି ବାପା ଡାକ । କିନ୍ତୁ ସବୁଦିନ ପାଇଁ ଚାଲିଯାଇଛି ଝିଅ । ମୋବାଇଲରେ ଅଲିଅଳି ଝିଅ ଆଉ ନାତୁଣୀର ଫଟୋକୁ ଦେଖି ଭୋ ଭୋ ହୋଇ କାନ୍ଦୁଛନ୍ତି ବାପା । କିନ୍ତୁ ନା ଆଉ ଝିଅ ଫେରିବ ନା ନାତୁଣୀ । କାହିଁକିନା ସ୍ୱାମୀର ଷଡଯନ୍ତ୍ରର ଶିକାର ହୋଇ ଜୀବନ ହାରିଛନ୍ତି ମହିଳା ଓ ତାଙ୍କ ଦୁଇ ବର୍ଷର କୁନି ଝିଅ । ବାହାବେଦିରେ ବସି ସ୍ୱାମୀ ହାତ ଧରିବାବେଳେ କେବେବି ଚିନ୍ତା କରିନଥିବେ ଯେ ଦେବତାଙ୍କୁ ସାଖି ରଖି ସାତ ଜନ୍ମ ପାଇଁ ଯୋଉ ସ୍ୱାମୀର ହାତ ଧରିଥିଲେ ସେ ଦିନେ ତାଙ୍କ ପାଇଁ ସାଜିବ କାଳ ପୁରୁଷ । ଆଉ ଏହି ହତ୍ୟା ଷଡଯନ୍ତ୍ରରେ ଯଦି ସବୁଠାରୁ କଷ୍ଟରେ କେହି ଥାଏ, ସେ ହେଉଛନ୍ତି ଝିଅର ବାପା ମାଆ ।

ଦେଖୁନାହାଁନ୍ତି, କେମିତି ମୋବାଇଲରେ ଅଲିଅଳି ଝିଅ ଆଉ ନାତୁଣୀର ଫଟୋକୁ ଦେଖାଉଛନ୍ତି ବୁଢ଼ା ବାପା । ଫଟୋ ଦେଖାଇ କହୁଛନ୍ତି ମୋ ଝିଅ ବାସନ୍ତୀ ଆଉ ଇଏ ମୋ ନାତୁଣୀ ଦେବସ୍ମିତା । ମୋ ଝିଅ ଯେମିତି ସୁନ୍ଦର ମୋ ନାତୁଣୀ ବି ତା ପରି ଭାରି ସୁନ୍ଦର । କିଛି ସମୟ ପରେ ପୁଣି ମୋବାଇଲ ବାହାର କରୁଛନ୍ତି ଆଉ ଫଟୋ ଦେଖି ଭୋ ଭୋ ହୋଇ କାନ୍ଦି ପକାଉଛନ୍ତି । ସମ୍ଭାଳିପାରୁନାହାଁନ୍ତି ନିଜକୁ । ଝିଅର ଫଟୋ ଦେଖି କାନ୍ଦି କାନ୍ଦି କହୁଛନ୍ତି, ଝିଅ ପାଇଁ କେତେ ପ୍ରସ୍ତାବ ଆସୁଥିଲା, ମୁଁ କାହିଁକି ଏଠି ରାଜି ହଉଥିଲି । ମୁଁ ଯଦି ଏଠି ବାହା ନଦେଇଥାନ୍ତି ତାହେଲେ ଆଜି ମୋ ଝିଅ ମୋ ପାଖରେ ଥାଆନ୍ତା ।

ହଁ ଏ ସେହି ବାପା, ଯିଏ ପୋଲିସ ହାତରେ ଧରାଇଛନ୍ତି ନିଜ ଝିଅର ହତ୍ୟାକାରୀ ସ୍ୱାମୀକୁ । କାନ୍ଥରୁ ଲିଭିନି ବାହାଘରର ସ୍ମୃତି । ଝିଅ ଓ ନାତୁଣୀକୁ ହରାଇ ଅସହାୟ ହୋଇ ପଡିଛନ୍ତି ଅଜା । ଗତ ଅକ୍ଟୋବର ୭ ତାରିଖ କବିସୂର୍ଯ୍ୟନଗର ଥାନା ଅଢେଇବରଗାଁ ଗାଁରେ ଭୋର ସକାଳୁ ସାପ କାମୁଡାରେ ମା ଓ ଅଢେଇ ବର୍ଷର ଝିଅ ସାପ କାମୁଡାରେ ପ୍ରାଣ ହରାଇ ଥିବା ନେଇ ଚିତ୍କାର କରିଥିଲା ସ୍ବାମୀ କେ. ଗଣେଶ ପାତ୍ର । ତାହାପରେ ସାପଟିକୁ ପିଟିପିଟି ହତ୍ୟା କରିଥିଲା । କିନ୍ତୁ ଏହା ପଛରେ ରହିଥିଲା ଜଘନ୍ୟ ଷଡ଼ଯନ୍ତ୍ର । କୋଳଥିଆ ନାଗସାପ ଛାଡି ନିଜ ସ୍ତ୍ରୀ ଓ ଝିଅକୁ ହତ୍ୟା କରିଥିବା ଘଟଣା ଆଜି ନୂଆ ମୋଡ ନେଇଛି । ଭାଉଜ ପ୍ରେମରେ ସ୍ବାମୀ ଅନ୍ଧ ହୋଇ ସ୍ବାମୀ ସାଜିଥିଲା ହତ୍ୟାକାରୀ । ଆଉ ନିଜ ସ୍ତ୍ରୀ ସହିତ ଦୁଇ ବର୍ଷର ଝିଅକୁ ମାରିବା ପାଇଁ ସାହାଯ୍ୟ ନେଇଥିଲେ ବିଷଧର ସାପର ।

ପୂର୍ବରୁ ଭାଉଜ ପ୍ରେମକୁ ନେଇ ଗଣେଶ ଓ ବାସନ୍ତୀ ମଧ୍ୟରେ ବାରଂବାର ଝଗଡ଼ା ଲାଗି ରହୁଥିବା ଅଭିଯୋଗ କରିଛନ୍ତି ବାପା। ଏନେଇ କଥା ଥାନାକୁ ମଧ୍ୟ ଯାଇଥିଲା । ଏହା ପରେ ପ୍ରତିଶୋଧ ପରାୟଣ ହୋଇ ଉଠିଥିଲା ସ୍ବାମୀ ଗଣେଶ । ପୋଲସରା ଅଞ୍ଚଳର ଏକ ସାପୁଆ ସହ ଯୋଗାଯୋଗ କରି ଏକ ବିଷାକ୍ତ ସାପ ଧରି ଆଣିଥିଲା ଗଣେଶ । ରାତିରେ ଯେତେବେଳେ ବାସନ୍ତି ଓ ଦେବସ୍ମିତା ଶୋଇଥିବାକୁ ଗଲେ ସେତେବେଳେ ଘରେ ସାପକୁ ଆଣି ଛାଡି ଦେଇଥିଲା । ସକାଳ ସମୟରେ ଗଣେଶ ଚିତ୍କାର କରି ସାପ କାମୁଡ଼ି ଥିବା ନେଇ ଚିତ୍କାର କରି ଗ୍ରାମବାସୀଙ୍କୁ ଡାକିଥିଲା। କିନ୍ତୁ ଏହା ପଛରେ ଥିଲା ଭୟଙ୍କର ଷଡ଼ଯନ୍ତ୍ର ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କବିସୂର୍ଯ୍ୟନଗର ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଚେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ କବିସୂର୍ଯ୍ୟନଗର ପୋଲିସ ଦୁଇଟି ଅପମୃତ୍ୟୁ ମାମାଲା ରୁଜୁ କରିଥିଲେ । ଏହି ଘଟଣା ସେତେବଳେ ସମସ୍ତଙ୍କ ହୃଦୟକୁ ସ୍ତବ୍ଧ କରିଦେଇଥିଲା । ବାସନ୍ତୀର ବାପା କବିସୂର୍ଯ୍ୟନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହା ପରେ କେଶ୍ ର ମୋଡ ଅପମୃତ୍ୟୁ ରୁ ହତ୍ୟାକାଣ୍ଡକୁ ବଦଳିଥିଲା । ସ୍ବାମୀ ଗଣେଶକୁ ଅଟକରଖି ପଚରା ଉଚୁରା ପରେ ସବୁ ସତ ଉଗାଳିଥିଲା। କବିସୂର୍ଯ୍ୟନଗର ପୋଲିସ ଅଭିଯୁକ୍ତ ସ୍ୱାମୀ କେ.ଗଣେଶ ପାତ୍ରଙ୍କୁ ଗିରଫ କରି କୋର୍ଟ ପଠାଇଥିବା ବେଳେ ତଦନ୍ତରେ ସାପୁଆକୁ ମଧ୍ୟ ସାମିଲ କରିଛି । ଅନ୍ୟ ପକ୍ଷରେ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦେବାକୁ ବାପା ଦାବିକରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.