ଦିଲ୍ଲୀ ଓ ଉତ୍ତରପ୍ରଦେଶରୁ ୮ ସାଇବର ଠକ ଗିରଫ, ୯ ଲକ୍ଷ ନଗଦ ଟଙ୍କା ଓ ସୁନା ଗହଣା ଜବତ

ସାବଧାନ ଜନସାଧାରଣ। ବୀମା ପାଇଁ ବାରମ୍ବାର କଲ ଆସୁଥିଲେ ସାବଧାନ ହୋଇଯାନ୍ତୁ ନହେଲେ ଆପଣ ହୋଇପାରନ୍ତି ଠକାମୀର ଶିକାର। ଲୋନ ପାଇଁ ଫୋନ ଆସୁଥିଲେ ସାବଧାନ ହୁଅନ୍ତୁ ବୋଲି ସଚେତନ କରାଇଲା ସାଇବର କ୍ରାଇମ ଉଇଙ୍ଗ।

ସାବଧାନ ଜନସାଧାରଣ। ବୀମା ପାଇଁ ବାରମ୍ବାର କଲ ଆସୁଥିଲେ ସାବଧାନ ହୋଇଯାନ୍ତୁ ନହେଲେ ଆପଣ ହୋଇପାରନ୍ତି ଠକାମୀର ଶିକାର। ଲୋନ ପାଇଁ ଫୋନ ଆସୁଥିଲେ ସାବଧାନ ହୁଅନ୍ତୁ ବୋଲି ସଚେତନ କରାଇଲା ସାଇବର କ୍ରାଇମ ଉଇଙ୍ଗ।

୪ ଅକ୍ଟୋବରରେ ଭୁବନେଶ୍ୱରର ଦିଲୀପ ଜଲାନ ୭୬ ଲକ୍ଷ୍ୟ ୧୫ ଟଙ୍କାର ଫର୍ଡ ଅଭିଯୋଗ ଆଣିବା ପରେ ଖୋଡ଼ତାଳ ଆରମ୍ଭ କରିଥିଲା ସାଇବର କ୍ରାଇମ ଉଇଙ୍ଗ। ନୂଆଦିଲ୍ଲୀ ଓ ୟୁପିରୁ ଫର୍ଡ ହୋଇଥିବା ପତ୍ତା କରିଥିଲା ଟିମ। ରଘୁ ଆନନ୍ଦ, ଭୀମ,ରୁପାଲୀ ଗୁପ୍ତା ଙ୍କ ସମତେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସାଇବର କ୍ରାଇମ ୟୁନିଟ ।

ସେମାନଙ୍କ ଠାରୁ ୯ ଲକ୍ଷ ନଗଦ ଟଙ୍କା, ସୁନା ଗହଣା , ଆଧାର କାର୍ଡ, ଡେବିଟ କାର୍ଡ, କ୍ରେଡିଟ କାର୍ଡ, ସିମ କାର୍ଡ, ଲାପଟପ ଆଦି ଜବତ କରାଯାଇଛି। ମୋଟ ୮ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଆଗକୁ ସେମାନଂକୁ ରିମାଣ୍ଡରେ ଆଣି ଅଧିକ ପଚରାଉଚରା କରିବ ସାଇବର କ୍ରାଇମ ୟୁନିଟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.