Below header

ବିଦେଶୀ ଗଣମାଧ୍ୟମର ଶିରୋନାମା ପାଲଟିଲା ଅଯୋଧ୍ୟା ରାମ ମନ୍ଦିରର ରାୟ

କେନ୍ୟୁଜ୍(ବ୍ୟୁରୋ):  ଅଯୋଧ୍ୟାକୁ ନେଇ ଆସିଛି ସୁପ୍ରିମ ନିଷ୍ପତ୍ତି । ୭୦ ବର୍ଷର ଆଇନଗତ ଲଢେଇରେ ପୂର୍ଣ୍ଣଛେଦ ଟାଣିଛନ୍ତି ସୁପ୍ରିମକୋର୍ଟ । ବିବାଦୀୟ ୨.୭୭ ଏକର ଜମିରେ ନିର୍ମାଣ ହେବ ରାମ ମନ୍ଦିର । ସେପଟେ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଅନ୍ୟ ସ୍ଥାନରେ ୫ ଏକର ଜମି ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଅଯୋଧ୍ୟାରେ ରାମ ଜନ୍ମଭୂମି-ବାବ୍ରି ମସ୍‌ଜିଦ୍‌ ବିବାଦୀୟ ଜମି ମାମଲାର ଐତିହାସିକ ରାୟ ବିଶ୍ୱସ୍ତରରେ ଖବର ପାଲଟିଛି । ଗତକାଲି ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟକୁ ବିଶ୍ୱର ବଡ଼ ବଡ଼ ନ୍ୟୁଜ୍‌ ଏଜେନ୍ସି, ସମ୍ବାତପତ୍ର, ଟିଭି ଚ୍ୟାନେଲ୍‌ ପ୍ରସାରଣ କରିଛନ୍ତି । ଆମେରିକା ନ୍ୟୁଜ୍‌ ପେପର ନ୍ୟୁୟର୍କ ଟାଇମ୍ସ ଏହି ଖବରକୁ ବିସ୍ତାର ଭାବେ ପ୍ରକାଶ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.