‘ଘୁଙ୍ଗୁର’ ଗୀତରେ କଲେଜ ଛାତ୍ରଙ୍କ ସହିତ ହ୍ରିତିକ କଲେ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ

ହ୍ରିତିକ ରୋଶନଙ୍କ ଫିଲ୍ମ ‘ଓ୍ଵାର’ର ଗୀତ ‘ଘୁଙ୍ଗୁର’ ଖୁବ୍‌ ଧମାଲ କରିଥିଲା। ଏହି ଗୀତରେ ହ୍ରିତିକ ଏବଂ ବାଣୀଙ୍କ ଜବରଦସ୍ତ ଡ୍ୟାନ୍ସ ଏବଂ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଧମାକାଦାର ଡ୍ୟାନ୍ସ ଦର୍ଶକଙ୍କ ମନ କିଣିନେଇଥିଲା। ଏବେ ନିକଟରେ ସୋସିଆଲ ମିଡିଆରେ ହ୍ରିତିକଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ହ୍ରିତିକ ନିଜ ଫ୍ୟାନଙ୍କ ସହିତ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି। ଭିଡିଓରେ କିଭଳି କଲେଜ ଷ୍ଟୁଡେଣ୍ଟ ହ୍ରିତିକଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ଯାହାକୁ ଟ୍ଵିଟରରେ ହ୍ରିତିକ ପୋଷ୍ଟ କରି ଲେଖିଛନ୍ତି, ‘ ମୋତେ ପ୍ରତିଥର ଲୋକେ ଭଲ ଦେଖିବାକୁ ଚାହୁଛନ୍ତି ଏବଂ ଯେତେବେଳେ ମୁଁ ଭଲ କରିବାକୁ ଚେଷ୍ଟା କରୁଛନ୍ତି ସେମାନେ ମୋତେ ଦୂରରୁ ଉପହାର ଦେଇ ଚାଲିଯାଉଛନ୍ତି ’। ହ୍ରିତିକଙ୍କ ଏହି ଭିଡିଓରେ ଫ୍ୟାନମାନେ ବହୁତ ପ୍ରଶଂସା କରୁଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ହ୍ରିତିକ ଏବଂ ଟାଇଗରଙ୍କ ଅଭିନୀତ ଫିଲ୍ମ ‘ଓ୍ଵାର’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଆକ୍ସ ସିନ୍‌ ଭରପୂର ରହିଥିଲା। ଏହି ଫିଲ୍ମର ଗୀତ ‘ଘୁଙ୍ଗୁର’ ଗୀତ ବକ୍ସ ଅଫିସରେ ଭଲ କଲେକ୍ସନ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.