ଅବହେଳିତ ଅବସ୍ଥାରେ ପଡିରହିଛି ଖିଚିଂରେ ଥିବା ଓଡିଶାର ପୁରାତନ ସଂଗ୍ରହାଳୟ

କରଞ୍ଜିଆ (କେ ନ୍ୟୁଜ) : ଓଡିଶାର ମୟୂରଭଞ୍ଜ ଜିଲ୍ଲା ଖିଚିଂ ମନ୍ଦିର ପରିସରରେ ରହିଛି ଓଡିଶାର ପୁରାତନ ସଂଗ୍ରହାଳୟ। ଏହି ସଂଗ୍ରହାଳୟକୁ ମୟୂରଭଞ୍ଜ ମହାରାଜା ୧୯୨୧-୨୨ରେ ମସିହାରେ ସ୍ଥାପନ କରିଥିଲେ। ଏହି ସଂଗ୍ରହାଳୟରେ ବିଭିନ୍ନ ପ୍ରକାର ମୂର୍ତ୍ତି ଓ ନିତ୍ୟ ବ୍ୟବହାର ଜିନିଷ ଦେଖିବାକୁ ମିଳେ। ଏଥି ସହିତ ବିଭିନ୍ନ ପ୍ରକାର ଅସ୍ତ୍ର ଓ ବିଭିନ୍ନ ଅଳଙ୍କାରରେ ବ୍ୟବହାର କରାଯାଉଥିବା ପଥର ମଧ୍ୟ ଦେଖିବାକୁ ମିଳେ। ରାଜା ସମୟର କଳା,ସଂସ୍କୃତି ଓ ପରମ୍ପରା ବଜେଇ ରଖିବାପାଇଁ ସଂଗ୍ରହାଳୟଟି ନିର୍ମାଣ କରାଇଥିଲେ। କିନ୍ତୁ ତାହା ଏବେ ଅବହେଳିତ ଅବସ୍ଥାରେ ପଡି ରହିଛି।

khiching 1

ମୟୂରଭଞ୍ଜ ଜିଲ୍ଲାର ମା କିଚେକେଶ୍ୱରୀ ଠାକୁରାଣୀକୁ ଦର୍ଶନ କରିବା ପାଇଁ ଦେଶ ବିଦେଶରୁ ସୁଅ ଛୁଟିଥାଏ। ମନ୍ଦିର ଦର୍ଶନ ସହିତ ସଂଗ୍ରହାଳୟକୁ ପର୍ଯ୍ୟଟକ ବୁଲିବାକୁ ଆସିଥାନ୍ତି। କିନ୍ତୁ ଏବେ ଏହି ସଂଗ୍ରହାଳୟରେ ଅନେକ ସମସ୍ୟା ଦେଖାଦେଉଛି। ପୁରାତନ ସଂଗ୍ରହାଳୟ ହେଲେ ମଧ୍ୟ ଜଣେ ରାତ୍ରୀ ଜଗୁଆଳରେ ଏଠାରେ କାର୍ଯ୍ୟ ଚାଲିଛି। ମାତ୍ର ଜଣେ ଲୋକ ରାତ୍ରିରେ ଜଗିବା ସହିତ ଦିନରେ କାର୍ଯ୍ୟ କରିବା କଷ୍ଟକର ବ୍ୟାପାର ହୋଇପଡିଲାଣି। ଖାସ୍‌ ସେଥିପାଇଁ ଅନେକ ସମୟରେ ସଂଗ୍ରହାଳୟଟି ବନ୍ଦ ରହୁଛି। ପୁରାତନ ମୂର୍ତ୍ତିଗୁଡିକ ଉପରେ ମରାମତି ସମୟରେ ସିମେଣ୍ଟ ପାଣି ପଡିଥିବାରୁ ଅପରିଷ୍କାର ଦେଖାଯାଉଛି। ଅନେକ ସମୟରେ ସଂଗ୍ରହାଳୟକୁ ପରିଷ୍କାର ରଖାଯାଉନାହିଁ। ଯାହା ଫଳରେ ଅନେକ ପର୍ଯ୍ୟଟକ ଅସନ୍ତୋଷ ପ୍ରକାଶ କରି ଫେରୁଛନ୍ତି। ଏହାକୁ ପ୍ରଶାସନ ଦୃଷ୍ଟି ଦେଇ ରକ୍ଷଣାବେକ୍ଷଣ କରିପାରିଲେ ଓଡିଶାର ପୁରାତନ ସଂଗ୍ରହାଳୟକୁ ରକ୍ଷା କରାଯାଇପାରିବ।

ସୂଚନାଯୋଗ୍ୟ, ମୟୂରଭଞ୍ଜ ମହାରାଜା ବିରାଟଗଡରୁ ଖନନ କରି ପୁରାତନ ମୂର୍ତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରି ଖିଚିଂ ସଂଗ୍ରହାୟରେ ରଖିଥିଲେ। ଏହି ସଂଗ୍ରହାଳୟରୁ ଭୁବନେଶ୍ୱର ଓ କଲିକତା ସଂଗ୍ରହାଳୟକୁ ମଧ୍ୟ ମୂର୍ତ୍ତି ପଠାଯାଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.