ଅମିତ ଶାହଙ୍କ ପତାକା ଉତ୍ତୋଳନ ବେଳେ ଖସି ପଡ଼ିଲା ତ୍ରିରଙ୍ଗା : ଟ୍ଵିଟରରେ ବିଜେପି-କଂଗ୍ରେସ-ଆପ୍ ଯୁଦ୍ଧ

ନୂଆଦିଲ୍ଲୀ : ବିଜେପି-କଂଗ୍ରେସ ବିବାଦ ଓ ଟ୍ଵିଟ ଓ୍ୱାର ଆଜି ସ୍ୱାଧୀନତା ଦିବସରେ ମଧ୍ୟ ଥମି ନାହିଁ । ଆଜି ଟାର୍ଗେଟରେ ଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ଆଜି ଜାତୀୟ ପତାକା ଉତ୍ତୋଳନ କରିଥିଲେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ତେବେ ସେ ଯେତେବେଳେ ଦଉଡ଼ିଟି ଟାଣି ଦେଲେ ଅଚାନକ ପତାକାଟି ତଳକୁ ଖସି ପଡ଼ିଥିଲା । ଅବଶ୍ୟ ଶାହ ଏହାକୁ ଧରି ପକାଇ ଅଭିବାଦନ ଜଣାଇଥିଲେ । କିନ୍ତୁ ଭିଜୁଆଲଟି ଭାଇରାଲ ହୋଇଗଲା ଓ ତାକୁ ନେଇ କଂଗ୍ରେସ ଏବଂ ଆପ୍ ଟ୍ଵିଟ୍ କରିଛନ୍ତି ।
କଂଗ୍ରେସ ଲେଖିଛି ଯିଏ ଜାତୀୟ ପତାକାକୁ ସମ୍ଭାଳି ପାରୁ ନାହାନ୍ତି ସିଏ ଦେଶକୁ କଣ ସମ୍ଭାଳିବେ । ସେହିପରି ବିଜେପି ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତା ତ୍ରିରଙ୍ଗାକୁ ଓଲଟା ଧରିଥିବା ଫଟୋ ସହ ରିଟ୍ଵିଟ୍ କରି କହିଛନ୍ତି ୬୦ ବର୍ଷ ଧରି ଦେଶକୁ କିଭଳି ସମ୍ଭାଳୁଥିଲ ଆମକୁ ଜଣା । ଅନ୍ୟପକ୍ଷରେ ଆପ୍ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଲେଖିଛନ୍ତି ତ୍ରିରଙ୍ଗା ଜରିଆରେ ଭାରତ ମାତା ଜଣାଇ ଦେଉଛି କି ସେ ଦୁଃଖୀ ଅଛି ।
जो देश का झंडा नहीं संभाल सकते, वो देश क्या संभालेंगे?
50 साल से ज्यादा देश के तिरंगे का तिरस्कार करने वालों ने अगर ये नहीं किया होता तो शायद आज तिरंगे का ऐसा अपमान न होता।
दूसरों को देशभक्ति का सर्टिफिकेट देने वालों को राष्ट्रगान का तौर-तरीका तक पता नहीं। pic.twitter.com/FmiEI5B7D7
— Congress (@INCIndia) August 15, 2018