Below header

ଝାଡଖଣ୍ଡରେ ଅମିତ ଶାହଙ୍କ ନିର୍ବାଚନ ପ୍ରଚାର, ଅଯୋଧ୍ୟା ଓ ଜମ୍ମୁ କାଶ୍ମୀର ପ୍ରସଙ୍ଗରେ କଂଗ୍ରେସକୁ ଟାର୍ଗେଟ୍‌

ଝାଡଖଣ୍ଡ: ଝାଡଖଣ୍ଡରେ ସରଗରମ ହେଉଛି ନିର୍ବାଚନ ପ୍ରଚାର । ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ ନେତାଙ୍କ ପାଇଁ ପ୍ରଚାର କରିଛନ୍ତି । ୭୦ ବର୍ଷ ଭିତରେ ଆଦିବାସୀଙ୍କ ପାଇଁ କଂଗ୍ରେସ କଣ କରିଛି ବୋଲି ପଚାରିଛନ୍ତି ଶାହ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଶାହ କହିଛନ୍ତି ଦେଶର ପ୍ରତିଟି ବ୍ୟକ୍ତି ଚାହେଁ ଅଯୋଧ୍ୟାରେ ରାମ ମନ୍ଦିର ହେଉ, କିନ୍ତୁ କଂଗ୍ରେସ ଲଗାତାର ଏଥିରେ କଣ୍ଟା ହୋଇ ରହିଛି । ଅମିତ ଶାହ ନିଜ ଭାଷଣରେ ଜମ୍ମୁ କାଶ୍ମୀର ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ । ୭୦ ବର୍ଷ କାଳ କଂଗ୍ରେସ ଶାସନ କଲା । ଗରିବଙ୍କ ଘରେ ଗ୍ୟାସ, ବିଜୁଳି, ସ୍ୱାସ୍ଥ୍ୟ କାର୍ଡ, ଶୌଚାଳୟ ପହଞ୍ଚି ପାରିନଥିଲା । ଗାଁକୁ ବିଜୁଳି କଣ ପାଇଁ ଯାଇନଥିଲା ବୋଲି ପ୍ରଶ୍ନ କରିଥିଲେ । ଏସବୁର ଜବାବ କଂଗ୍ରେସ ପାଖରେ ନାହିଁ ବୋଲି କଟାକ୍ଷ କରିଥିଲେ ଅମିତ ଶାହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.