ଭାରତରେ ଆଜି ଲଞ୍ଚ ହେଉଛି Vivo u 20 , ଗ୍ରାହକଙ୍କୁ ମିଳିବ ଟ୍ରିପଲ ରିଅର କ୍ୟାମେରା

Vivo କମ୍ପାନୀ ପକ୍ଷରୁ ଆଜି ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି Vivo u 20 । ଏହି ଫୋନରେ ଆପଣଙ୍କୁ ଟ୍ରିପଲ ରିଅର କ୍ୟାମେରା ସହ ଶାନଦାର ଡିସପ୍ଲେ ମିଳିବ। ଏହି ଫୋନର ମୂଲ୍ୟ ୧୦,୦୦୦ରୁ ୧୫,୦୦୦ ଟଙ୍କା ରଖାଯାଇଛି। ଏହି ଫୋନ ଆମାଜନ, ଫ୍ଲିପ୍‌କାର୍ଟ ଏବଂ ଭିଭୋ କମ୍ପାନୀ ଷ୍ଟୋରରେ ଉପଲବ୍ଧ ହେବ। ଏହା ପୂର୍ବରୁ ଭାରତୀୟ ବଜାରରେ Vivo u 10 ଲଞ୍ଚ ହୋଇଥିଲା।

vivo u

Vivo u 20 ରେ ଟ୍ରିପଲ ରିଅର କ୍ୟାମେରା ସହ ୧୬ ମେଗାପିକ୍ସେଲ ପ୍ରାଇମେରୀ ସେନ୍ସର, ୮ ମେଗାପିକ୍ସେଲର ଓ୍ଵାଇଡ ଆଙ୍ଗେଲ ଲେନ୍ସ ସାମିଲ ରହିଛି। ସେହିପରି ୧୬ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ରହିଛି, ଯେଉଁଥିରେ ଆପଣ ଝାକାସ୍‌ ସେଲଫି ନେଇପାରିବେ। ୬.୫୩ ଇଞ୍ଚ ଫୁଲ ଡିସପ୍ଲେ ସହିତ ୫୦୦୦mAh ବ୍ୟାଟେରୀ କ୍ଷମତା ରହିଛି ଏହି ଫୋନରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.