Below header

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ୭୪ବର୍ଷରେ ମାତୃତ୍ୱ ଲାଭ କଲେ ମହିଳା

ହାଇଦ୍ରାବାଦ: ୭୪ ବର୍ଷ ବୟସରେ ମାତୃତ୍ୱ ଲାଭ କରି ରେକର୍ଡ କରିଛନ୍ତି ମହିଳା। ବିବାହର ୫୪ ବର୍ଷ ପରେ ମା ହେଲେ ମହିଳା। ଜାଆଁଳା ଛୁଆ ଜନ୍ମ ଦେଇ ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଜିଲ୍ଲାର ନେଲାଲାପତିର୍ପାଡୁର ୟେରା ମତ୍ତି ରାଜା ରାଓଙ୍କ ପତ୍ନୀ ମଙ୍ଗାୟମ୍ମା ଜନନୀ ହୋଇଛନ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ସତ।

ବିବାହର ୫୪ ବର୍ଷ ପରେ ବି କୌଣସି ସନ୍ତାନସନ୍ତତି ନ ହେବାରୁ କୃତ୍ରିମ ଉପାୟରେ ପିଲା ଜନ୍ମ ଦେବାକୁ ରାଜା ରାଓ ଓ ପତ୍ନୀ ମଙ୍ଗାୟମ୍ମା ଚିନ୍ତା କରିଥିଲେ। ଏଥିପାଇଁ ସେମାନେ ଗୁଣ୍ଟୁର ଜିଲ୍ଲାରେ ଥିବା ଏକ ଆଇବିଏଫ ନର୍ସିଂ ହୋମ ଡାକ୍ତରଙ୍କ ସହାୟତା ଲୋଡ଼ିଥିଲେ। ତେବେ ୭୪ ବର୍ଷରେ କୃତ୍ରିମ ଉପାୟ ଅର୍ଥାତ୍‌ ଆଇବିଏଫ ମାଧ୍ୟମରେ ଗର୍ଭଧାରଣ ସମ୍ଭବ ବୋଲି ଜାଣିବା ପରେ ସେ ଏହି ପ୍ରକ୍ରିୟାରେ ଛୁଆ ଜନ୍ମ ଦେବାକୁ ଇଛା ପ୍ରକାଶ କରିଥିଲେ। ଏତେ ବର୍ଷର ଅପେକ୍ଷା ପରେ ମଙ୍ଗାୟମ୍ମା ଆଜି ଯମଜ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି।

ଜଣେ ୭୪ ବର୍ଷୀୟା ବୃଦ୍ଧା ଜମଜ ସନ୍ତାନ ଜନ୍ମ କରିବା ସମଗ୍ର ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ଡାକ୍ତର ଉମାଶଙ୍କରଙ୍କ ସୂଚନା ଅନୁଯାୟୀ ୪ ଜଣିଆ ଡାକ୍ତରୀ ଟିମ୍‌ ମଙ୍ଗାୟାମ୍ମାଙ୍କ ଅସ୍ତ୍ରୋପଚାର କରିଥିଲେ। ଏବେ ଉଭୟ ମା ଓ ଦୁଇ ଶିଶୁ ସୁସ୍ଥ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.