ଏଣିକି ସାଧାରଣ ଜନତା ସିଧାସଳଖ କରିପାରିବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ, ଜାଣନ୍ତୁ କିପରି

ଆମେ ବହୁ ସମୟରେ ସରକାରୀ ବିଭାଗର କୌଣସି ଅବହେଳାକୁ ନେଇ ବ୍ୟସ୍ତ ହୋଇପଡୁ ବା ଚିନ୍ତିତ ହୋଇପଡୁ। କାରଣ ଆମ ସମସ୍ତଙ୍କ ମନରେ ଧାରଣା ଥାଏ ହୁଏତ ଆମେ ଯଦିବା ଏହା ବିରୋଧରେ ଅଭିଯୋଗ କରିବା ତାହାର କୌଣସି ଫଳ ହେବ ନାହିଁ। ଆମ ଅଭିଯୋଗ ସରକାରୀ ଅଫିସର ନାଲି ଫିତା ତଳେ ସେମିତି ପଡି ରହିବ। କିନ୍ତୁ ଆମର ଏହି ଧାରଣା ବହୁ ଶୀଘ୍ର ବଦଳିବାକୁ ଯାଉଛି । କାରଣ କେନ୍ଦ୍ର ସରକାର ଏବେ ଏକ ନୂଆ ପଦ୍ଧତି ଆରମ୍ଭ କରିଛନ୍ତି ଯାହାଦ୍ୱାରା ସାଧାରଣ ଲୋକଙ୍କ ଅଭିଯୋଗ ସିଧାସଳଖ ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଂଚି ପାରିବ । ଏଥିପାଇଁ ଆମକୁ ଆଉ ଦିଲ୍ଲୀ ଯିବାକୁ ପଡ଼ିବନି। ଦେଶର କୌଣସି କୋଣରେ ଘରେ ବସି ଇଣ୍ଟରନେଟ ସାହାଯ୍ୟରେ ଆମେ ତୁରନ୍ତ ଅଭିଯୋଗ କରିପାରିବା । ଏବେ ଆସନ୍ତୁ ଦେଖିବା କେମିତି କରିବା ଅଭିଯୋଗ।

ଏଥିପାଇଁ ସରକାର ପିଏମଓ ଅଫିସ ବା ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଅଫିସିଆଲ ୱେବ ସାଇଟର ଏକ ବିକଳ୍ପ ଦିଆଯାଇଛି ଯେଉଁଥିରେ ଏକ ଫର୍ମ ଦିଆଯାଇଛି । ଏହି ଫର୍ମ ଟିକୁ ଭରିବା ପରେହିଁ ଆମ ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସିଧାସଳଖ ପହଂଚି ଯାଇପାରିବ।

ଏହା ସହ ପଢନ୍ତୁ: ବ୍ୟାନ ହେବନି ପେଟ୍ରୋଲ ଓ ଡିଜେଲ କାର, ସରକାରଙ୍କର ସେଭଳି କୌଣସି ପ୍ରସ୍ତାବ ନାହିଁ : ନୀତିନ ଗଡ଼କରୀ

ଅଭିଯୋଗ କରିବାର ପ୍ରଣାଳୀ:

୧. ପିଏମଓ ୱେବସାଇଟ https://www.pmindia.gov.in/en/interact-with-honble-pm/  କୁ ଯାଆନ୍ତୁ।
୨. ଏହା ପରେ ପ୍ରଧାନ ମନ୍ତ୍ରୀଙ୍କୁ ପତ୍ର ନଜର ଆସିବ ସେଥିରେ କ୍ଲିକ କରନ୍ତୁ।
୩. କ୍ଲିକ କରିବା ସଂଗେ ସଂଗେ ହିଁ ଏକ ନୂଆ ଟ୍ୟାବ ଖୋଲିଯିବ।
୪.ଏହି ଟ୍ୟାବରେ ଆପଣଙ୍କୁ ଏକ ଫର୍ମ ନଜର ଆସିବ, ସେହି ଫର୍ମ ଟିକୁ ପୂରଣ କରନ୍ତୁ।
୫. ନିଜ ନାମ ଓ ଠିକଣା ଛଡା କିଛି ଜରୁରୀ ତଥ୍ୟ ଯେପରିକି ଇମେଲ ଆଇଡି, କପ୍ଲେଣ୍ଟ କାଟାଗୋରି ଓ ଆପଣ କେଉଁ ପ୍ରକାରର ଅଭିଯୋଗ କରିବାକୁ ଚାହୁଁଛନ୍ତି ସେଗୁଡିକୁ ଧ୍ୟାନର ସହ ପୂରଣ କରିବା ଅତ୍ୟନ୍ତ ଜରୁରୀ ଅଟେ।
୬.ସବୁ ତଥ୍ୟ ଭରିବା ପରେ ସବମିଟ ବଟନ ରେ କ୍ଲିକ କରନ୍ତୁ।
୭. ଏହାପରେ ଆପଣଙ୍କ ଅଭିଯୋଗର ଏକ ରେଜିସ୍ଟ୍ରେଶନ ନମ୍ବର ମିଳିବ ଏବେ ତାହାକୁ ନୋଟ କରିନିଅନ୍ତୁ।
୮. ଏହି ନମ୍ବରଟି ଆପଣଙ୍କୁ ପରବର୍ତୀ ସମୟରେ ଆପଣଙ୍କ ଅଭିଯୋଗର ଷ୍ଟାଟସ ସମ୍ବନ୍ଧରେ ଜଣାଇବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.