ଭୁବନେଶ୍ବର ଆରଟିଓ ଅଧୀନରେ ପଞ୍ଜିକୃତ ୨୯ଟି ସ୍ୱୀକୃତି ପ୍ରାପ୍ତ ପ୍ରଦୂଷଣ ଚେକିଙ୍ଗ ସେଣ୍ଟର ର ଲିଷ୍ଟ

ଭୁବନେଶ୍ବର(କେନ୍ୟୁଜ୍): ଛଅ ଦିନ ହେବ ଗାଡ଼ି ଚେକିଂ ସମୟରେ ଅନେକ ଗାଡିକୁ ପ୍ରଦୂଷଣ ପ୍ରମାଣପତ୍ର ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଥିଲା । ଗାଡି ପ୍ରଦୂଷଣ ବାବଦକୁ ପାଖାପାଖି ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ପରେ ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା, ଯେଉଁଥିପାଇଁ ପ୍ରଦୂଷଣ ପ୍ରମାଣପତ୍ରଟିଏ ପାଇବାକୁ ରାତି ସାରା ଗାଡି ଚାଳକଙ୍କୁ ଲାଇନରେ ଛିଡା ହେବାକୁ ପହିଥିଲା । କିନ୍ତୁ ଏବେ ଗୋଟିଏ ମାସ ସମୟ ମଧ୍ୟରେ ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିବାକୁ କହିଛନ୍ତି ପରିବହନ ସଚିବ । ଏହାପରେ ଲୋକଙ୍କୁ କିଛିଟା ଆଶ୍ବସ୍ତି ମିଳିଛି ।

ଗୋଟେପଟେ ପ୍ରଶ୍ନ ଉଠୁଛି କି, ରାସ୍ତା କଡରେ ପ୍ରଦୂଷଣ ଚେକ୍ କରୁଥିବା ଗାଡି ଗୁଡିକ କେତେ ସଠିକ୍ ପ୍ରମାଣପତ୍ର ଦେଉଛନ୍ତି? କାରଣ ସେମାନଙ୍କ ଭିତରୁ ଅନେକଙ୍କୁ ସ୍ଥାୟୀ ସ୍ୱୀକୃତି ମିଳିନାହିଁ । ତେବେ ଏହି ପରିପେକ୍ଷୀରେ ଭୁବନେଶ୍ୱର ଆରଟିଓ-୧ ଅଞ୍ଚଳରେ ୨୯ ଜଣଙ୍କୁ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ପ୍ରଦାନ କରିବାକୁ ସ୍ୱୀକୃତି ଦିଆଯାଇଛି । ଆଜି ଆମେ ଆପଣଙ୍କୁ ସେହି ୨୯ଟି ଲିଷ୍ଟ ପ୍ରଦାନ କରିବୁ । ଏଠାକୁ ଯାଇ ଆପଣ ନିଜ ଗାଡିର ପ୍ରଦୂଷଣ ପ୍ରମାଣପତ୍ର ହାସଲ କରିପାରିବେ ।

1

2

3

4

ଏହାସହ ପଢନ୍ତୁ:

ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ଏକ ମାସ ପର୍ଯ୍ୟନ୍ତ ଫାଇନ ଦେବାକୁ ପଡ଼ିବ ନାହିଁ : ପରିବହନ ସଚିବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.