ପ୍ରସବ ସମୟରେ ମହିଳାଙ୍କ ପେଟରୁ ବାହାରିଲା ଏମିତି ଅବିଶ୍ୱସନୀୟ ଜିନିଷ, ଡାକ୍ତର କହିଲେ, ‘ଏହା ଭଗବାନଙ୍କ ଚମତ୍କାରିତା’

ପାଟନାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳାଙ୍କୁ ଜଣା ନ ଥିଲା କି, ତାଙ୍କ ଦେହରେ କେବେ ଗୁଳି ବାଜିଥିଲା। ଏହି କଥା ସେତେବେଳେ ଜଣାପଡ଼ିଥିଲା, ଯେତେବେଳେ ଡାକ୍ତର ପ୍ରସବ ସମୟରେ ତାଙ୍କ ପେଟରୁ ଗୁଳି ବାହାର କରିଥିଲେ।

କଥାଟି ହେଲା, ପାଟନା ବୈଶାଳୀର ଶିଳ୍ପାଞ୍ଚଳ ଥାନା ଅଧୀନ ସୁଲତାନାପୁରରେ ରହୁଥିବା ଜଣେ ଗର୍ଭବତୀ ମହିଳାଙ୍କ ପେଟରୁ ରକ୍ତ ବାହାରୁଥିଲା। ପରିବାର ଲୋକେ ଏହାକୁ ମାମୁଲି ଖଣ୍ଡିଆ ଭାବି ସେହି ସ୍ଥାନରେ ପଟି ବାନ୍ଧିଦେଇଥିଲେ। କିନ୍ତୁ କିଛି ସମୟ ପରେ ଯନ୍ତ୍ରଣା ଅସହ୍ୟ ହେବାରେ ଲାଗିଲା। ଘରଲୋକ ଭାବିଲେ, ମହିଳାଙ୍କୁ ପ୍ରସବ ପୀଡ଼ା ହେଉଛି, ଯାହାଫଳରେ ସେମାନେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ ନେଇଯାଇଥିଲେ।

op2

ଏହାସହ ପଢ଼ନ୍ତୁ: ଦେଖନ୍ତୁ କିପରି ପଥର ତଳେ ଦବିଯାଇଛି କୁକୁର ଛୁଆ, ବିକଳ ହୋଇ କାନ୍ଦୁଛି ମା’, ଏହି ଭିଡିଓ ଆପଣଙ୍କୁ ବି କନ୍ଦାଇ ଦେବ

ତେବେ ସେଠାରେ ପ୍ରସବ ସମୟରେ ଡାକ୍ତରଙ୍କୁ ଯେତେବେଳେ ବନ୍ଧୁକ ଗୁଳି ପେଟରୁ ମିଳିଥିଲା, ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡାକ୍ତର ତାଙ୍କ ପେଟରୁ ୩୨୫ ବୋର୍‌ ଗୁଳି ବାହାର କରିଥିଲେ। ସବୁଠାରୁ ଚମତ୍କାର କଥା ହେଉଛି, ଗୁଳି ପେଟରେ ବଢ଼ୁଥିବା ଛୁଆ ପ୍ରତି କୌଣସି କ୍ଷତି ପହଞ୍ଚାଇ ନାହିଁ। ଛୁଆଟି ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି। କହି ରଖୁଛୁ କି, ଗୁଳି କେବେ ଏବଂ କାହିଁକି ତାଙ୍କ ଦେହରେ ବାଜିଥିଲା, ତାହା ବିଷୟରେ କୌଣସି ସୂଚନା ମହିଳାଙ୍କ ପାଖରେ ନାହିଁ। ସେପଟେ ଡାକ୍ତରଙ୍କ କହିବା ହେଲା, ପେଟରେ ଗୁଳି ବାଜିବା ପରେ ବି ଉଭୟ ମା’ ଓ ଛୁଆ ସୁରକ୍ଷିତ ରହିବା ଭଗବାନଙ୍କ ଚମତ୍କାରିତା ଅଟେ। ବର୍ତ୍ତମାନ ଏହି ମାମଲା ପୋଲିସ ହାତରେ ରହିଛି। ତଦନ୍ତ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ।