ବକ୍ସ ଅଫିସରେ ରିଲିଜ ହେଲା ‘ଛିଛୋରେ’ ଏବଂ ‘ସାଟଲାଇଟ ଶଙ୍କର’

ବକ୍ସ ଅଫିସରେ ଆଜି ଦୁଇଟି ଫିଲ୍ମ ରିଲିଜ ହୋଇଛି। ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ଏବଂ ଦ୍ୱିତୀୟ ସୁରଜ ପାଞ୍ଚୋଲୀଙ୍କ ‘ସାଟଲାଇଟ୍‌ ଶଙ୍କର’ ପରଦାରେ ରିଲିଜ ହୋଇଛି। ନିତେଶ ତିଓ୍ଵାରୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଛିଛୋର’ରେ ଶ୍ରଦ୍ଧା ଏବଂ ସୁଶାନ୍ତଙ୍କ ବ୍ୟତୀତ ବରୁଣ ଶର୍ମା, ପ୍ରତୀକ ବବର ପ୍ରମୁଖ ଭୂମିକାରେ ରହିଛନ୍ତି। ଫିଲ୍ମଟି କଲେଜ ଦିନର ସ୍ମୃତି, ବନ୍ଧୁତ୍ୱ, ପ୍ରତିଯୋଗିତା, ପରୀକ୍ଷାକୁ ନେଇ ଚିନ୍ତା ଏବଂ ଛାଡପତ୍ର ନେଇଥିବା ପତ୍ନୀ-ପତିଙ୍କ ମଧ୍ୟରେ ରହିଛି। ଫିଲ୍ମର ଟ୍ରେଲର ସୋସିଆଲ ମିଡିଆରେ ବେଶ୍‌ ଭଲ ରେସପନ୍ସ ମିଳିଥିଲା। ଫିଲ୍ମରେ କମେଡି ସହିତ ବୋଲ୍ଡନେସର ତଡକା ଦେଖିବାକୁ ମିଳିଥିଲା।

5677

ସେହିଭଳି ଫିଲ୍ମ ‘ସାଟଲାଇଟ ଶଙ୍କର’ ବଲିଉଡ ଡ୍ରାମାରେ ଭରପୂର। ଫିଲ୍ମର ନିର୍ଦ୍ଦେଶନା ଇରଫାନ କମଲ କରିଛନ୍ତି। ଫିଲ୍ମରେ ସୁରଜ ପାଞ୍ଚୋଲୀ ମୁଖ୍ୟ ଭୂମିକାରେ ରହିଛନ୍ତି। ଫିଲ୍ମର ନିର୍ମାଣ ଭୂଷଣ କୁମାର, କୃଷ୍ଣ କୁମାର, ମୁରଦ ଖେତାନୀ ଏବଂ ଅଶ୍ୱିନୀ କରୁଛନ୍ତି। ଫିଲ୍ମରେ ସୁପରଷ୍ଟାର ଭାଇଜାନ ସଲମାନ ଖାନ ମଧ୍ୟ କେମିଓ କରିଛନ୍ତି।