ଦିଲ୍ଲୀ ହିଂସାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଗିରଫ, ଇକବାଲ୍‌ ସିଂଙ୍କ ଗିରଫଦାରୀ ଉପରେ ଥିଲା ୫୦ ହଜାର ଟଙ୍କାର ପୁରସ୍କାର

ଦିଲ୍ଲୀ ହିଂସାର ଆଉ ଜଣେ ଅଭିଯୁକ୍ତ ଇକବାଲ୍‌ ସିଂଙ୍କୁ ପଞ୍ଜାବର ହୋଶିୟାରପୁରରୁ ଗିରଫ କରାଯାଇଛି। ସ୍ପେଶାଲ ସେଲ୍‌ ଟିମ୍‌ ମଙ୍ଗଳବାର ରାତିରେ ଇକବାଲ୍‌ ସିଂଙ୍କୁ ଧରିଛି। ୨୬ ଜାନୁଆରୀରେ ହୋଇଥିବା ହିଂସାରେ ଜଡ଼ିତ ଇକବାଲ୍‌ ସିଂଙ୍କ ଉପରେ ୫୦ ହଜାର ଟଙ୍କାର ପୁରସ୍କାର ରଖାଯାଇଥିଲା ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି।

ଦିଲ୍ଲୀ ହିଂସାର ମୁଖ୍ୟ ଅଭିଯୁକ୍ତମାନଙ୍କ ମଧ୍ୟରେ ସାମିଲ ଦୀପ ସିଦ୍ଧୁଙ୍କ ଗିରଫଦାରୀର ପରଦିନ ପୋଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ଦିଲ୍ଲୀ ହିଂସା ଅଭିଯୋଗରେ ଦୀପ ସିଦ୍ଧୁ, ଜୁଗରାଜ ସିଂ, ଗୁରଜୋତ ସିଂ ଓ ଗୁରଞ୍ଜତ ସିଂଙ୍କ ଉପରେ ୧ ଲକ୍ଷ ଟଙ୍କାର ନଗଦ ପୁରସ୍କାର ଘୋଷଣା କରାଯାଇଥିଲା। ସେହିପରି ଏଥିରେ ସଂଶ୍ଳିଷ୍ଟ ଥିବା ଜାଜବୀର ସିଂ, ବୁଟା ସିଂ, ସୁଖଦେବ ସିଂ ଓ ଇକବାଲ୍‌ ସିଂଙ୍କ ଗିରଫଦାରୀ ପାଇଁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଦିଆଯିବାକୁ ଘୋଷଣା କରାଯାଇଥିଲା।

୨୬ ଜାନୁଆରୀରେ ଲାଲ୍‌ କିଲ୍ଲା ଉପରେ ହୋଇଥିବା ହିଂସା ମାମଲାର ଯାଞ୍ଚ କରିବାକୁ ଯାଇ କ୍ରାଇମ୍‌ ବ୍ରାଞ୍ଚ ଏସ୍‌ଆଇଟି ଖୁଲାସା କରିଥିଲା କି, ଇକବାଲ୍‌ ସିଂ ଏହାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିଲେ। ସେ ଲାଲ୍‌ କିଲ୍ଲାରୁ ଲଗାତାର ଫେସ୍‌ବୁକ ଲାଇଭ କରି ଲୋକଙ୍କୁ ଭଡ଼କାଉଥିଲେ। ସେ ଲାହୋର ଗେଟ୍‌ ଭାଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.