ନ୍ଯାସନାଲ ବୁକ୍ ଟ୍ରଷ୍ଟରେ ଖାଲିପଡିଛି ସରକାରୀ ପଦବୀ, ଜଲଦି କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତର ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଅଧିନରେ ଥିବା ନ୍ଯାସନାଲ ବୁକ ଟ୍ରଷ୍ଟରେ ଭିନ୍ନ ଭିନ୍ନ ପଦ ପାଇଁ ୨୪ ଟି ପଦବୀ ଖାଲି ପଡିଛି। ଚାକିରି କରିବାକୁ ଇଚ୍ଛୁକ ଥିବା ଯୋଗ୍ଯ ପ୍ରାର୍ଥୀ ଟ୍ରଷ୍ଟର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଆବେଦନପତ୍ର ଅଫଲାଇନରେ ଜମା କରିବାର ଶେଷ ତାରିଖ ୧୫ ଫେବ୍ରୁଆରୀ ରହିଛି।

ପଦବୀ ବିବରଣୀ: ଆସିଷ୍ଟାଣ୍ଟ ଡାଇରେକ୍ଟର, ଆସିଷ୍ଟାଣ୍ଟ ଡାଇରେକ୍ଟର(ପ୍ରଡକ୍ସନ), ଆସିଷ୍ଟାଣ୍ଟ ଏଡିଟର, ପ୍ରଡକ୍ସନ ଆସିଷ୍ଟାଣ୍ଟ, ଏଡିଟୋରିଆଲ ଆସିଷ୍ଟାଣ୍ଟ, ଆକାଉଣ୍ଟାଣ୍ଟ, ସିନିଅର ଷ୍ଟେନୋଗ୍ରାଫର, ଆସିଷ୍ଟାଣ୍ଟ, ଲାଇବ୍ରେରିଆନ, ଜୁନିଅର ଟ୍ରାନ୍ସଲେଟର, ଲାଇବ୍ରେରୀ ଆସିଷ୍ଟାଣ୍ଟ, ଜୁନିଅର ଆଟିଷ୍ଟ ଏବଂ ଡ୍ରାଇଭର।

ଏମିତି କରନ୍ତୁ ଆବେଦନ : ଆବେଦନ କରିବା ପାଇଁ ଇଚ୍ଛୁକ ପ୍ରାର୍ଥୀ nbtindia.gov.in ରୁ ଅଧିସୂଚନାକୁ ଡାଉନଲୋଡ କରିପାରିବେ। ଆପ୍ଲିକେସନ ଫର୍ମ ଅଧିସୂଚନାରେ ହିଁ ଦିଆଯାଇଛି। ଏହି ଫର୍ମ ପୂରଣ କରିବା ପରେ ଦରକାରୀ ଡକ୍ଯୁମେଣ୍ଟ ମଧ୍ୟ ଆଟାଚ କରିଦିଅନ୍ତୁ।

job

ଏଠାକୁ ପଠାନ୍ତୁ: ଡେପୁଟି ଡାଇରେକ୍ଟର(ଏଷ୍ଟାବ୍ଲିସମେଣ୍ଟ), ନ୍ଯାସନାଲ ବୁକ ଟ୍ରଷ୍ଟ, ଇଣ୍ଡିଆ, ନେହରୁ ଭବନ, ୫, ଇନଷ୍ଟିଚ୍ଯୁନ ଏରିଆ, ଫେଜ-୨, ବସନ୍ତକୁଞ୍ଜ, ନୂଆଦିଲ୍ଲୀ-୧୧୦୦୭୦

ଆବେଦନ ଶୁଳ୍କ: ପ୍ରାର୍ଥୀ ଆବେଦନ କରିବା ସହିତ ନ୍ଯାସନାଲ ବୁକ ଟ୍ରଷ୍ଟ, ଇଣ୍ଡିଆ ନାମରେ ନୂଆଦିଲ୍ଲୀ, ୫୦୦ ଟଙ୍କାର ଡିମାଣ୍ଡ ଡ୍ରାଫ୍ଟ କାଟିବାକୁ ପଡିବ। କିନ୍ତୁ ଏସସ, ଏସଟି, PWD, ଏକ୍ସ-ସର୍ଭିସମ୍ଯାନ ଏବଂ ଆର୍ଥିକ ଭାବେ ଦୁର୍ବଳ ଶ୍ରେଣୀର ଅସଂରକ୍ଷିତ ବର୍ଗଙ୍କ ନିଶୁକ୍ଳ ରହିଛି।

ଅଫିସିଆଲ ୱେବସାଇଟ : http://nbtindia.gov.in/default.aspx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.