Below header

ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଲା ନାବାଳକ ସ୍କୁଟି ଚାଳକ, ୩୫ ହଜାର ଚାଲାଣ କାଟିଲା ପୁରୀ ଆରଟିଓ

ପୁରୀ: ନାବାଳକ ସ୍କୁଟି ଚାଳକଙ୍କୁ ବଡ ଫାଇନ୍‌ । ୩୫ ହଜାର ଚାଲାଣ କାଟିଲା ପୁରୀ ଆରଟିଓ । ଚାଳକ ନାବାଳକ ହୋଇଥିବାରୁ ଫାଇନ କଟାଯାଇଛି। ପୁରୀ ଟାଉନ ଥାନା ମାର୍କେଣ୍ଡଶ୍ୱର ସାହି ନୂଆପାଟଣା ଲେନ୍‌ର ଜଣେ ନାବାଳକ ଗାଡି ନେଇ ଯାଉଥିବାବେଳେ ଡାକ୍ତରଖାନା ଛକ ଟ୍ରାଫିକ ପୋଷ୍ଟରେ ଧରାପଡିଥିଲେ ।

ଆରଟିଓ ବିଭାଗ ଟ୍ରାଫିକ ଏଏସଆଇ ପହଞ୍ଚି ନାବାଳକଙ୍କ ଠାରୁ ସ୍କୁଟି ଜବତ କରିଥିଲେ । ଏହାସହ ତାଙ୍କୁ ୩୫ ହଜାର ଫାଇନ କରାଯାଇଥିଲା । ପୁରୀ ସହରରେ ଟ୍ରାଫିକ ପୋଲିସ ଓ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଟ୍ରାଫିକ କଟକଣାକୁ କଡାକଡି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.