Below header

ପ୍ରତିଦିନ ଜପ କରନ୍ତୁ ମା’ସରସ୍ୱତୀଙ୍କର ଏହି ଚମତ୍କାରୀ ଶ୍ଲୋକ, ପରୀକ୍ଷା ଓ ପ୍ରତିଯୋଗିତାରେ ମିଳିବ ସଫଳତା

ସଂଭାଷଣ, ସଂପ୍ରେଷଣ ଓ ବାର୍ତ୍ତାଳାପ; ଭାବନା ଅଭିବ୍ୟକ୍ତ କରିବାର ଗୋଟିଏ ଗୋଟିଏ ମାଧ୍ୟମ। ପ୍ରାୟତଃ ଲୋକମାନେ ଠିକ୍‌ ସମୟରେ ଠିକ୍‌ କଥା କହିପାରିନଥାନ୍ତି। ତାଙ୍କ ମନକୁ ସଠିକ୍‌ ଶବ୍ଦ ତୁରନ୍ତ ଆସିନଥାଏ। ଫଳରେ ଆଲୋଚନା ବେଳେ ସେମାନେ ନିଜ କଥା ରଖି ପାରନ୍ତି ନାହିଁ। ମିଟିଂରେ ମଧ୍ୟ ସେମାନେ ଇଚ୍ଛା ଥାଇ ବି କିଛି କହିପାରିନଥାନ୍ତି। ଏ ସମସ୍ତ ଦୋଷ ବାକ୍‌ ଶକ୍ତି ଅଭାବରୁ ହୋଇଥାଏ।

କିଛି ଲୋକଙ୍କ ଠାରେ ଉଚ୍ଚାରଣର ଦୋଷ ମଧ୍ୟ ଥାଏ। ଏ ସମସ୍ତ ବାଣୀ ଦୋଷରୁ ମୁକ୍ତି ପାଇବାକୁ ବାଗ୍‌ଦେବୀ ସରସ୍ୱତୀଙ୍କ ବାକ୍‌ ଶକ୍ତି ବିବର୍ଦ୍ଧକ ସ୍ତୁତିକୁ ନିରନ୍ତର ପାଠ ଓ ଉଚ୍ଚାରଣ କରିବା ଉଚିତ। ପିଲାଙ୍କୁ ଏହି ସ୍ତୁତି ପାଠ କରିବାକୁ ଶିଖାନ୍ତୁ। ଏହି ସ୍ତୁତି ଅତ୍ୟନ୍ତ ଶୁଭ ହୋଇଥାଏ।

ନିୟମିତ ସକାଳେ ଓ ସନ୍ଧ୍ୟାରେ ଠାକୁର ପୂଜା କରିବା ବେଳେ ଏହି ସ୍ତୁତି ପାଠ କଲେ ସମସ୍ତ ବାକ୍‌ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ଏହାକୁ ସବୁ ବୟସର ଲୋକମାନେ ପାଠ କରିପାରିବେ। ସରସ୍ୱତୀଙ୍କୁ ସ୍ୱରର ଦେବୀ ମଧ୍ୟ କୁହାଯାଏ। ଗୀତ, ବାଦନ ଓ ସଂଗୀତ ସାଧନା ସହ ଜଡ଼ିତ ଲୋକଙ୍କୁ ମଧ୍ୟ ନିୟମିତ ଏହି ସ୍ତୁତି ପାଠ କରିବା ଉଚିତ। ଏହି ସ୍ତୁତି ଦ୍ୱାରା ବୁଧ ଗ୍ରହ ସମ୍ବନ୍ଧୀୟ ଦୋଷ ମଧ୍ୟ ଦୂର ହୋଇଥାଏ।

ଏହି ସ୍ତୁତି ସହ ମା’ବୀଣାବାଦିନୀ ଓ ଶ୍ରୀ ଗଣେଶଙ୍କ ସାଧନା ଓ ଆରାଧନା କରିବା ଦ୍ୱାରା ଅଧିକ ଲାଭ ମିଳେ। ଛାତ୍ରଛାତ୍ରୀ ପରୀକ୍ଷା ଓ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.