ହ୍ଵାଟସ୍‌ଆପକୁ ଟକ୍କର ଦେବାକୁ ଆସୁଛି ଭାରତର ‘ସନ୍ଦେଶ’

ଭାରତରେ ସ୍ୱଦେଶୀକୁ ପ୍ରୋତ୍ସାହିତ କରୁଥିବା କେନ୍ଦ୍ର ସରକାର ସ୍ୱଦେଶୀ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ଆପ୍‌ ‘ସନ୍ଦେଶ’ ଲଞ୍ଚ କରିଛନ୍ତି। ବର୍ତ୍ତମାନ ଏହା ସରକାରୀ କର୍ମଚାରୀଙ୍କ ଉପଯୋଗରେ ଲାଗିବ, ପରେ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ। ସନ୍ଦେଶ ଆପ୍‌ର ପରୀକ୍ଷଣ ଚାଲିଛି। ଗତବର୍ଷ କେନ୍ଦ୍ର ମନ୍ତ୍ରୀ ରବିଶଙ୍କର ଘୋଷଣା କରିଥିଲେ କି, ଜଲ୍‌ଦି ହିଁ ଆମେ ହ୍ଵାଟସ୍‌ଆପକୁ ଟକ୍କର ଦେଲା ଭଳି ଆପ୍‌ ଆଣିବୁ।

ଅଫିସିଆଲ େଓ୍ଵବ୍‌ସାଇଟ GIMS.gov.inକୁ ଯାଇ ଆପଣ ଏହି ଆପ୍‌ ବିଷୟରେ ତଥ୍ୟ ହାସଲ କରିପାରିବେ। ଏହା କେମିତି ସାଇନ୍‌ ଇନ୍‌ ହେବ, ପ୍ରାଇଭେସି ପଲିସି ଏବଂ ଓଟିପି ସମ୍ବନ୍ଧିତ ସୂଚନା ପାଇପାରିବେ। ଏହି ସରକାରୀ ଚ୍ୟାଟିଂ ଆପ୍‌କୁ ଗଭର୍ଣ୍ଣମେଣ୍ଟ ଇନ୍‌ଷ୍ଟାଣ୍ଟ ମେସେଜିଙ୍ଗ୍‌ ସିଷ୍ଟମ କୁହାଯିବ।

ରିପୋର୍ଟ ମୁତାବକ, ସନ୍ଦେଶ ଆପ୍‌ ଆଣ୍ଡ୍ରୋଏଡ୍‌ ଏବଂ ଆଇଫୋନ୍‌ ଦୁଇଟି ପ୍ଲାଟଫର୍ମ ପାଇଁ ଅଣାଯିବ। ଏହାର ଲୋଗୋ ଏକ ଅଶୋକ ଚକ୍ର ଆକୃତିର ବନାଯାଇଛି। ଏଥିରେ ୩ଟି ରଙ୍ଗ ରହିଛି। ଯେଉଁ ରଙ୍ଗ ତ୍ରିରଙ୍ଗାରେ ଅଛି, ସେହି ରଙ୍ଗ ସନ୍ଦେଶରେ ଦେଖିବାକୁ ମିଳୁଛି। ଏହି ଆପ୍‌କୁ ନ୍ୟାଶନାଲ ଇନ୍‌ଫରମେଟିକ୍ସ ସେଣ୍ଟର ପରିଚାଳନା କରିବ, ଯାହା ଇଲେକ୍ଟ୍ରୋନିକ୍ସ ଆଣ୍ଡ ଇନ୍‌ଫରମେଶନ ଟେକ୍ନୋଲଜି ମନ୍ତ୍ରାଳୟ ଅନ୍ତର୍ଗତ ଆସିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.