ଟିମ୍ ଇଣ୍ଡିଆକୁ ଜୋରଦାର ଝଟକା, ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ ପଏଣ୍ଟ ଟେବୁଲରେ ୪ର୍ଥ ସ୍ଥାନକୁ ଖସିଲା ଭାରତ

ଚେନ୍ନାଇ ଟେଷ୍ଟରେ ଟିମ୍ ଇଂଲଣ୍ଡ ଠାରୁ ଲଜ୍ଜାଜନକ ଭାବେ ପରାଜୟ କରିଛି ଟିମ୍ ଇଣ୍ଡିଆ। ଭ୍ରମଣକାରୀ ଇଂଲଣ୍ଡ ଦଳ ଭାରତକୁ ୨୨୭ ରନରେ ପରାସ୍ତ କରିଛି। ଯାହାଫଳରେ ଇଂଲଣ୍ଡ ଦଳ ୪ଟିକିଆ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ୪ବର୍ଷ ପରେ ନିଜ ମାଟିରେ ଟିମ୍ ଇଣ୍ଡିଆର ହେଲା ପରାଜୟ।

ଚେନ୍ନାଇ ଟେଷ୍ଟର ପରାଜୟ ପରେ ଟିମ୍ ଇଣ୍ଡିଆକୁ ଲାଗିଛି ଜୋରଦାର ଝଟକା। ସଦ୍ୟ ପ୍ରକାଶିତ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନକୁ ଖସି ଆସିଛି ଭାରତୀୟ ଦଳ। ୨୨୭ ରନର ବ୍ୟବଧାନରେ ଜିତିତିବା ଇଂଲଣ୍ଡ ଦଳ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନରେ ରହିଛି। ପଏଣ୍ଟ ଟେବୁଲ ତାଲିକାରେ ୪୪୨ ପଏଣ୍ଟ ସହ ଇଂଲଣ୍ଡ ଶୀର୍ଷରେ ରହିଛି। ସେହିପରି ୪୨୦ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି। ତୃତୀୟରେ ଅଷ୍ଟ୍ରେଲିଆ ଥିବାବେଳେ ୪ର୍ଥ ସ୍ଥାନରେ ଭାରତ ରହିଛି।

ସୂଚନାଯୋଗ୍ୟ, ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜର ପ୍ରଥମ ମ୍ଯାଚର ଦ୍ବିତୀୟ ଇନିଂସରେ ଭାରତକୁ ୪୨୦ ରନ୍ର ଟାର୍ଗେଟ୍ ଦେଇଥିଲା। ଜବାବରେ ଭାରତୀୟ ଟିମ୍ ୧୯୨ ରନରେ ଅଲଆଉଟ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.