Below header

ଆଉ ଏକ ସୀମା ପାର ପ୍ରେମ କାହାଣୀ : ଏଥର ହବିବା, ବାଂଲାଦେଶରୁ ବିକାନୀର ଭାୟା କୋଲକାତା

ପାକିସ୍ତାନର ସୀମା ହାଇଦର ପରେ ଏଥର ସୀମା ପାର କରିଛନ୍ତି ଆଉ ଜଣେ ପ୍ରେମିକା ହବିବା । ସୀମାଙ୍କ ଭଳି ସୋସିଆଲ ମିଡିଆରୁ ପ୍ରେମ ଆରମ୍ଭ । ତା’ପରେ ବାଂଲାଦେଶରୁ ଭାୟା କୋଲକାତା-ଦିଲ୍ଳୀ ଦେଇ ରାଜସ୍ଥାନର ବିକାନୀରରେ ପହଞ୍ଚିଛନ୍ତି ହବିବା । ପ୍ରେମ ପାଇଁ ଭାରତ ଆସିଥିବା ଏହି ମହିଳା ଜଣକ ହେଲେ ବାଂଲାଦେଶର ହବିବା ।

ଜୟପୁର : ପାକିସ୍ତାନର ସୀମା ହାଇଦର ପରେ ଏଥର ସୀମା ପାର କରିଛନ୍ତି ଆଉ ଜଣେ ପ୍ରେମିକା ହବିବା । ସୀମାଙ୍କ ଭଳି ସୋସିଆଲ ମିଡିଆରୁ ପ୍ରେମ ଆରମ୍ଭ । ତା’ପରେ ବାଂଲାଦେଶରୁ ଭାୟା କୋଲକାତା-ଦିଲ୍ଳୀ ଦେଇ ରାଜସ୍ଥାନର ବିକାନୀରରେ ପହଞ୍ଚିଛନ୍ତି ହବିବା । ପ୍ରେମ ପାଇଁ ଭାରତ ଆସିଥିବା ଏହି ମହିଳା ଜଣକ ହେଲେ ବାଂଲାଦେଶର ହବିବା ।

କିଛି ଦିନ ତଳେ ରାଜସ୍ଥାନ ବିକାନୀର ଅନୁପଗଡ ରୋଶନଙ୍କ ସହ ତାଙ୍କର ସୋସିଆଲରେ ମିଡିଆରେ ପ୍ରେମ ସ୍ଥାପନ ହୋଇଥିଲା । ଫଳରେ ହବିବା ସିଧା ଆସି ରୋଶନଙ୍କ ଘରେ ପହଞ୍ଚିଛନ୍ତି । ଗତ ୩ ତାରିଖରେ ହବିବା ଆସି ରାଜସ୍ଥାନ ଅନୁପଗଡ଼ ତାଙ୍କ ପ୍ରେମିକ ଘରେ ପହଞ୍ଚିଛନ୍ତି ।

ହେଲେ ରୋଶନଙ୍କ ମା’ ଏହାକୁ ସହଜରେ ଗ୍ରହଣ କରି ପାରି ନାହାଁନ୍ତି । ରୋଶନ ଦୁଇ ବର୍ଷ ତଳେ ବିବାହ କରିଛନ୍ତି ଓ ତାଙ୍କର ୭ ମାସର ସନ୍ତାନ ଅଛି ବୋଲି ରୋଶନଙ୍କ ମା’ କହିଛନ୍ତି । ହବିବା ଦୁଇ ଦିନ ଧରି ତାଙ୍କ ଘରେ ରହୁଥିବା ବେଳେ ରୋଶନଙ୍କ ମା’ ପୋଲିସର ସହାୟତା ନେଇଛନ୍ତି ।

ହବିବ ଟୁରିଷ୍ଟ ଭିସାରେ ଭାରତ ଆସିଥିବା ବେଳେ ଏବେ ସେ ବାଂଲାଦେଶ ଫେରି ଯିବାକୁ ରାଜି ହେଉ ନାହାଁନ୍ତି । ବାଂଲାଦେଶ ଫେରିଗଲେ ତାଙ୍କର ଅପମାନ ହେବ ବୋଲି ହବିବ କହୁଥିବା ରୋଶନଙ୍କ ମା’ ପୋଲିସ ଆଗରେ କହିଛନ୍ତି । ତେବେ ପ୍ରକୃତ ଘଟଣା କ’ଣ ତଦନ୍ତ ପରେ ଜଣାପଡିବ ବୋଲି ରାଓ୍ଵଲା ପୋଲିସ ପ୍ରକାଶ କରିଛି । ହବିବକୁ ପୋଲିସର ପଚରା ଉଚରା ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.