ଦିଲ୍ଲୀରେ ହିଂସାକାଣ୍ଡ, ହେଡ କନଷ୍ଟେବଲ ସମେତ ୫ ମୃତ, ଡିସିପି ଏବଂ ଏସିପିଙ୍କ ସହ ୬୦ ଆହତ

ନାଗରିକତା ସଂଶୋଧନ କାନୁନ (ସିଏଏ) ବିରୋଧରେ ଉତ୍ତର ପୂର୍ବୀ ଦିଲ୍ଲୀର ଜାଫରାବାଦ ଏବଂ ମୌଜପୁରରେ ଲଗାତର ଦ୍ୱିତୀୟ ଦିନରେ ହିଂସାକାଣ୍ଡ ପହଁଚିଛି। ଏହି ହିଂସାକାଣ୍ଡରେ ସୋମବାର ଦିନ ଅନେକ ଘର, ଦୋକନ ଏବଂ ଗାଡିକୁ ନିଆଁ ଲଗାଇ ଦିଆଯାଇଛି। ପୋଲିସ ଉପରେ ପଥର ମାଡ ସହିତ ଗୁଳି ଚାଳନା ହୋଇଥିଲା। ଗୋକୁଲପୁରୀରେ ପଥର ମାଡ ସମୟରେ ମୁଣ୍ଡରେ ଗଭୀର ଆଘାତ କାରଣରୁ ହେଡ କନଷ୍ଟେବଲ ରତନ ଲାଲଙ୍କ ମୃତ୍ୟୁ ହୋଇଛି। ସେହିପରି ଡିସପି ଅମିତ ଶର୍ମା ଏବଂ ଗୋକୁଲପୁରୀ ଏସିପି ଅନୁଜ କୁମାର ଗୁରୁତର ହୋଇଛନ୍ତି।

caaସେହିପରି କରଦମପୁରୀ ନିବାସୀ ଫୁରଫାନ ଏବଂ ତିନି ଅନ୍ୟ ଯୁବକଙ୍କର ମୃତ୍ୟୁ ହୋଇଛି। ପୋଲିସ ହିଂସା ପ୍ରଭାବିତ ୧୦ଟି ସ୍ଥାନକୁ ୧୪୪ ଧାରା ଲଗାଇ ଦିଆଯାଇଛି। ସେହିପରି କେନ୍ଦ୍ରୀୟ ଗ୍ରୁହମନ୍ତ୍ରୀ ଅମିତ ଶାହ ଉଚ୍ଚ ଅଧିକାରୀମାନଙ୍କ ସହିତ ବସି ଏହା ବିଷୟରେ ଏକ ବୈଠକର ସମୀକ୍ଷା କରିଛନ୍ତି। ହିଂସା ପ୍ରଭାବିତ ଉତ୍ତର ପୁର୍ବୀ ଜିଲ୍ଲାରେ ମଙ୍ଗଳବାର ଅର୍ଥାତ ଆଜି ସରକାରୀ ଏବଂ ବେସରକାରୀ ସ୍କୁଲ ବନ୍ଦ ରହିବ ଏବଂ ପରୀକ୍ଷା ହେବନାହିଁ।