ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ପୁଣି ମାତିଲେ ଲାଲ୍‌ବାହିନୀ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି: ପୁଣି ମାତିଲେ ଲାଲ୍‌ବାହିନୀ। ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା। ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏହି ବର୍ବରକାଣ୍ଡ ଘଟାଇଛନ୍ତି ମାଓବାଦୀ। ମୃତକ ଯୋଡାମ୍ବର ପଞ୍ଚାୟତର ବିହନଗୁଡ଼ି ଗାଁର ଦୀନବନ୍ଧୁ ବେପାରୀ। ସୂଚନା ଅନୁଯାୟୀ ଦୀନବନ୍ଧୁ ପେସାରେ ଜଣେ ବ୍ୟବସାୟୀ। ଗତକାଲି ସେ ଯଡାମ୍ବରୁ ପଣସପୁଟ ଯାଉଥିଲେ। ରାସ୍ତାରେ ନକ୍ସଲମାନେ ତାଙ୍କୁ ସେଠାରୁ ଅପହରଣ କରି ନେଇଯାଇଥିଲେ। ପରେ ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କ ଗଳାକାଟି ହତ୍ୟା କରିଥିଲେ। ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା DIG ସଫିନ ଏହମଦ କେ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।