୨୪ ଘଣ୍ଟାରେ ୧୪୦୦ ଭୂକମ୍ପ, ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ଲଗାତାର ଥରିଲା ଆଇସଲ୍ୟାଣ୍ଡ । ଭୂମିକମ୍ପ ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିତି । ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପ ପରେ ଆଇସଲ୍ୟାଣ୍ଡ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ବିଶ୍ୱର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ବାରମ୍ବାର ଅନୁଭୂତ ହେଉଛି । ଏହା ମଧ୍ୟରେ ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଲଗାତାର ଥରିଲା ଆଇସଲ୍ୟାଣ୍ଡ । ଭୂମିକମ୍ପ ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିତି । ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପ ପରେ ଆଇସଲ୍ୟାଣ୍ଡ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି ।

ୟୁରୋପୀୟ ଦେଶ ଆଇସଲ୍ୟାଣ୍ଡର ଦକ୍ଷିଣ-ପଶ୍ଚିମ ରେକଜାନେସ୍ ଉପଦ୍ୱୀପରେ ବହୁଥର ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହେବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ଗ୍ରିଣ୍ଡାଭିକର ଉତ୍ତରରେ ସର୍ବାଧିକ ୫.୨ ମାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ଏଠାକୁ ଯାଇଥିବା ରାସ୍ତା ଭୂମିକମ୍ପ ଯୋଗୁଁ କ୍ଷତିଗ୍ରସ୍ତ ହୋଇଥିବାରୁ ଏହି ରାସ୍ତାରେ ଯାତାୟାତ ବନ୍ଦ କରି ଦିଆଯାଇଛି । ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଏଭଳି ଭୂକମ୍ପ ସଂଘଟିତ ହେବ ବୋଲି ଆଇସଲାଣ୍ଡ ପାଣିପାଗ ବିଭାଗ ତରଫରୁ କୁହାଯାଇଛି ।

ଆଇସଲ୍ୟାଣ୍ଡ୍ ପାଣିପାଗ ବିଭାଗ ମୁତାବକ, ରେକଜାନେସ୍‌ ଦ୍ୱୀପରେ ଗତ ୨୪ ଘଣ୍ଟାରେ ୧୪୦୦ ଭୂକମ୍ପ ଝଟକା ଅନୁଭୂତ ହୋଇଛି । କିଛି ଦିନ ମଧ୍ୟରେ ଏକ ବିସ୍ଫୋରଣ ହୋଇପାରେ। ପାଖାପାଖି ୪ ହଜାର ଲୋକ ବାସ କରୁଥିବା ଗ୍ରିଣ୍ଡାଭିକ୍ ଗାଁ, ଦକ୍ଷିଣ-ପଶ୍ଚିମ ଅଞ୍ଚଳଠାରୁ ପ୍ରାୟ ତିନି କିଲୋମିଟର ଦୂରରେ ଅବସ୍ଥିତ।

ତେବେ ଏଠାରେ ଆଗ୍ନେୟଗିରି ଉଦଗୀରଣର ମଧ୍ୟ ଆଶଙ୍କା ରହିଛି ବୋଲି ଭୂତତ୍ତ୍ବବିତ୍ କହିଛନ୍ତି । ଆଇସଲାଣ୍ଡରେ ୩୩ଟି ଆଗ୍ନେୟଗିରି ରହିଛି । ଗତ ତିନି ବର୍ଷ ହେବ ଏଥିରୁ ଅଗ୍ନି ଉଦଗୀରଣ ହେବାର ନଜିର ରହିଛି । ତେଣୁ ୧୬ ନଭେମ୍ବର ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.