କୌଣସି କଥାକୁ ନେଇ ଚିନ୍ତିତ ରହୁଛନ୍ତି କି ? ପ୍ରତିଦିନ କରନ୍ତୁ ଏହି ୨ଟି ଯୋଗ

ଟେନ୍‌ସନ୍‌ରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ଭଲ ଉପାୟ । ଯୋଗ ଆମ ଶରୀର ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରେ । ଟେନ୍‌ସନ୍‌, ଚିନ୍ତା ଏବଂ ଡିପ୍ରେସନ୍‌ର ଲକ୍ଷଣକୁ କମ କରିବାରେ ସାହାଯ୍ୟ କରେ ।

ଆଧୁନିକ ଜୀବନଶୈଳୀରେ ଟେନ୍‌ସନ୍‌ ଏକ ସାଧାରଣ ସମସ୍ୟା । ଆମ ଲାଇଫ୍‌ରେ ଅନେକ ପ୍ରକାରର ଟେନ୍‌ସନ୍‌ ରହିଛି  । ଅଫିସ୍ ଟେନସନ, ରିଲେସନ୍‌ସିପ୍‌ ସମସ୍ୟା, ଆର୍ଥିକ ସମସ୍ୟା ଇତ୍ୟାଦିକୁ ନେଇ ଆମେ ପ୍ରାୟତଃ ଚାପଗ୍ରସ୍ତ ରହିଥାଉ । ଟେନ୍‌ସନ୍‌ ନେବା ଆମ ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ । ଏହି କାରଣରୁ ଅନିଦ୍ରା ହେବା, ମୁଣ୍ଡବିନ୍ଧିବା, ପେଟ ଯନ୍ତ୍ରଣା ହେବା, ଡିପ୍ରେସନ୍‌ ଏବଂ ଚିନ୍ତା ଭଳି ଅନେକ ସମସ୍ୟା ସୃଷ୍ଟି ହୋଇପାରେ ।

ଏହିପରି ସବୁ ଟେନ୍‌ସନ୍‌ରୁ ମୁକ୍ତି ପାଇବା ପାଇଁ ଯୋଗ ଏକ ଭଲ ଉପାୟ । ଯୋଗ ଆମ ଶରୀର ଏବଂ ମନକୁ ଶାନ୍ତ କରିବାରେ ସାହାଯ୍ୟ କରେ । ଟେନ୍‌ସନ୍‌, ଚିନ୍ତା ଏବଂ ଡିପ୍ରେସନ୍‌ର ଲକ୍ଷଣକୁ କମ କରିବାରେ ସାହାଯ୍ୟ କରେ । ସେଥିପାଇଁ ଆମେ ଆଜି ଆପଣମାନଙ୍କୁ ଜଣାଇବୁ, ଯେ କିପରି ଏହି ସବୁ ସମସ୍ୟାରୁ ମୁକ୍ତି ପାଇବେ । ତେବେ ଏନେଇ ଆଜି ଆପଣଙ୍କୁ କିଛି ଯୋଗ ବିଷୟରେ ଜଣାଇବୁ । ଯାହାକୁ ଆପଣ ନିଜ ପ୍ରତିଦିନ ଜୀବନରେ କରିବା ଦ୍ୱାରା ଯେକୌଣସି ଟେନ୍‌ସନ୍‌ ହେଉ ସେଥିରୁ କିଛି ମାତ୍ରାରେ ଆରାମ ପାଇବେ ।

ବାଲାସନ :
ବାଲାସନ ହେଉଛି ଏକ ସରଳ କିନ୍ତୁ ପ୍ରଭାବଶାଳୀ ଯୋଗ ଆସନ ଯାହା ଚାପରୁ ମୁକ୍ତି ଦେବାରେ ସାହାଯ୍ୟ କରିଥାଏ । ଏହି ଆସନ ଆମ ଶରୀରକୁ ଶାନ୍ତ କରିଥାଏ ଏବଂ ଆରାମ ଦେଇଥାଏ । ବାଲାସନା କରିବାକୁ ହେଲେ ପ୍ରଥମେ ଆଣ୍ଠୁ ଉପରେ ବସିବେ ଓ ଗୋଡକୁ ଟିକିଏ ବିସ୍ତାର କରିବେ ଏବଂ ପାଦକୁ ଅଳ୍ପ ବାହାରେ ରଖିବେ । ଏହାପରେ ଆଣ୍ଠୁ ଉପରେ ହାତ ରଖିବେ ଓ ପିଠିକୁ ସିଧା ରଖିବେ । ତାପରେ ନିଶ୍ୱାସ ଭିତରକୁ ନେବେ ଏବଂ ଅଣ୍ଟାକୁ ତଳକୁ ନେବେ । ଏହାପରେ ନିଜ ପେଟକୁ ଜଙ୍ଘ ଆଡକୁ ଆଣିବେ ଓ ଧିରେ ଧିରେ ନିଶ୍ୱାସ ଛାଡି ଛାତି ଉପରେ ମୁଣ୍ଡ ରଖିବେ । ଏହି ଅବସ୍ଥାରେ କିଛି ସେକେଣ୍ଡ ରହିବେ । ତାପରେ ଆପଣ ନିଶ୍ୱାସ ଭିତରକୁ ନେବେ ଓ ଅଣ୍ଟାକୁ ଆଗକୁ ଆଣିବେ । ଏହାପରେ ନିଜ ପିଠିକୁ ସିଧା ରଖିବେ ଓ ମୁଣ୍ଡକୁ ଉପରକୁ ଉଠାଇବେ । ତେବେ ଏହି ବାଲାସନାକୁ ୫ ରୁ୧୦ ଥର କରିବେ । ଦେଖିବେ ଏହି ଯୋଗ କରିବା ପରେ ଆପଣଙ୍କୁ ବହୁତ ଆରାମମିଳିବ ।

ସୁଖାସନ :

ସୁଖାସନ ମଧ୍ୟ ଏକ ଆରାମଦାୟକ ଯୋଗ ଆସନ ଯାହା ଚାପରୁ ମୁକ୍ତି ଦେଇଥାଏ । ଏହି ଆସନ ଆମ ମନକୁ ଶାନ୍ତ କରିବା ଏବଂ ସମସ୍ତ କାମରେ ଧ୍ୟାନ ଦେବାରେ ସାହାଯ୍ୟ କରାଇଥାଏ । ସୁଖାସନ କରିବାକୁ ଆପଣ ପ୍ରଥମେ ଆରାମଦାୟକ ସ୍ଥାନରେ ବସିବେ । ସେଥିପାଇଁ ପାଦକୁ ଆଗକୁ ରଖିବେ ଏବଂ ଆଣ୍ଠୁ ଉପରେ ହାତ ରଖିବେ । ଏହାପରେ ଆପଣ ନିଜ ପିଠିକୁ ସିଧା ରଖିବେ ଏବଂ ଧୀରେ ଧୀରେ ନିଶ୍ୱାସ ନେବେ । ଏହି ଆସନ କରିବା ସମୟରେ ଆପଣ ନିଜର ନିଶ୍ୱାସ ନେବା ଉପରେ ଧ୍ୟାନ ଦେବେ । ସେହି ସମୟରେ ନିଜ ନିଶ୍ୱାସକୁ ଧୀର ଏବଂ ଗଭୀର କରିବେ । ଏହି ସୁଖାସନ ପ୍ରାୟ ୫ ରୁ ୧୦ ମିନିଟ୍ ପାଇଁ କରିବେ । ତେବେ ଆପଣ ଏହି ଆସନ କରିବା ପରେ ଦେଖିବେ, ଯେ ଆପଣଙ୍କୁ ବହୁତ ହି ଆରାମ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.