Below header

ସାଉଥ ଇଣ୍ଡଷ୍ଟ୍ରୀକୁ ଝଟକା, ଲୋକପ୍ରିୟ କଳାକାର ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ଦେହାନ୍ତ

ଶୋକରେ ବୁଡିଛି ସାଉଥ ଇଣ୍ଡଷ୍ଟ୍ରୀ । ଲୋକପ୍ରିୟ କଳାକାର ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନଙ୍କ ପରଲୋକ । ହାର୍ଟଆଟାକରେ ମୃତ୍ୟୁ ହୋଇଥିବା ଖବର ମିଳିଛି ।

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ବଡ୍‌ ଝଟକା । ଲୋକପ୍ରିୟ କଳାକାର ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ ଦୁନିଆକୁ ଅଲବିଦା କହିଛନ୍ତି । ହାର୍ଟ ଆଟାକ ଯୋଗୁଁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ତେବେ ତାଙ୍କ ମୃତ୍ୟୁରେ ସମଗ୍ର ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି । ଗତ କିଛିଦିନରୁ ହୃଦଜନିତ ରୋଗରେ ପୀଡିତ ଥିଲେ ।

ଆଜି ସକାଳ ୯.୪୫ ମିନିଟରେ ତାଙ୍କର ଦେହାନ୍ତ ହୋଇଛି । ହାଇଦ୍ରାବାଦ ଜୁବଲୀ ହିଲ୍ସର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ସାଉଥ ସିନେମାରେ ମଲ୍ଲମପଲ୍ଲୀ ଚନ୍ଦ୍ର ମୋହନ ବେଶ୍‌ ପରିଚିତ । ସେ ୧୯୬୬ରେ ଫିଲ୍ମ ‘ରେଙ୍ଗୁଲା ରତ୍ନମ’ରେ କ୍ୟାରିଅର ଆରମ୍ଭ କରିଥିଲେ । ତାଙ୍କୁ ତାମିଲନାଡୁର ସର୍ବୋଚ୍ଚ ସମ୍ମାନ ସମେତ ଅନେକ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ସାଉଥ ଇଣ୍ଡଷ୍ଟ୍ରୀରେ ଚନ୍ଦ୍ର ମୋହନ ବେଶ୍‌ ଜଣାଶୁଣା। ଅଲ୍ଲ ଅର୍ଜୁନ, ମହେଶ ବାବୁ ଅନେକ ବଡ ବଡ ଷ୍ଟାରଙ୍କ ସହିତ ଫିଲ୍ମ କରିଛନ୍ତି । ତେବେ ଅଭିନେତ୍ରାଙ୍କ ଅନ୍ତିମ ସଂସ୍କାର ୧୩ ନଭେମ୍ବରରେ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.