Below header

ଆଶାରାମ ବାପୁଙ୍କୁ ବଡ଼ ଆଶ୍ୱସ୍ତି, ଏବେ ଜେଲରେ ମିଳିବ ଆଶ୍ରମ ଖାଦ୍ୟ

ଯୌନ ଉତ୍ପୀଡ଼ନ ମାମଲାରେ ବନ୍ଧା ହୋଇଥିବା ଆଶାରାମ ବାପୁଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ଆଶାରାମଙ୍କ ତରଫରୁ ରାଜସ୍ଥାନ ହାଇକୋର୍ଟରେ ରୁଜୁ ହୋଇଥିବା ପିଟିସନ୍‌କୁ ହାଇକୋର୍ଟ ମେଡିକାଲ ଗ୍ରାଉଣ୍ଡରେ ସ୍ୱୀକାର କରିଛନ୍ତି। ଏଣୁ ଏବେ ଯୋଧପୁର ସେଣ୍ଟ୍ରାଲ ଜେଲରେ କାରାବାସ ଭୋଗୁଥିବା ବାପୁଙ୍କୁ ଜେଲରେ ବି ମିଳିବ ଆଶ୍ରମ ଖାଦ୍ୟ।

ଆଶାରାମ ମାମଲାରେ ଚାଲିଥିବା ଶୁଣାଣି ବେଳେ ଆଶାରାମଙ୍କ ତରଫରୁ ହାଇକୋର୍ଟରେ ମେଡିକାଲ ଗ୍ରାଉଣ୍ଡ ଆଧାରରେ ଆଶ୍ରମ ଖାଦ୍ୟ ଦେବାକୁ ଅନୁମତି ପ୍ରଦାନ କରିବାକୁ ଅନୁରୋଧ କରାଯାଇଥିଲା। ଏହି ଶୁଣାଣିରେ ରାଜସ୍ଥାନ ହାଇକୋର୍ଟର ବିଚାରପତି ସନ୍ଦୀପ ମେହେତା ଏବଂ ଜଷ୍ଟିସ୍‌ ସୁଶ୍ରୀ ପ୍ରଭାଶର୍ମାଙ୍କ ଖଣ୍ଡପୀଠରେ ଶୁଣାଣି ହୋଇଥିଲା।

asaram2

ଏଥିରେ ଆଶାରାମଙ୍କ ତରଫରୁ କୁହାଯାଇଛି ଯେ ବୟସାଧିକ କାରଣରୁ ସେ ବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି। ଏଣୁ ଡାକ୍ତରଙ୍କ ଡାଏଟ୍‌ ମେନ୍ୟୁ ଅନୁସାରେ ତାଙ୍କୁ ଖାଦ୍ୟ ଦିଆଯିବା ଜରୁରୀ। ଏଣୁ ହାଇକୋର୍ଟ ତାଙ୍କୁ ଆଶ୍ରମ ଖାଦ୍ୟ ଦେବାକୁ ଅନୁମତି ଦିଅନ୍ତୁ। ଏଥିରେ ହାଇକୋର୍ଟ ମଧ୍ୟ ସହମତି ପ୍ରଦାନ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.