Below header

ଭାରତ ବିଶ୍ୱକପ ଟାଇଟଲ ଜିତିଲେ ୧୦୦ କୋଟି ବାଣ୍ଟିବେ ଆଷ୍ଟ୍ରୋଟକ୍‌ ସିଇଓ

ଭାରତ ଯଦି ବିଶ୍ବକପ୍ ଜିତେ ତେବେ ଟିମ୍ ଇଣ୍ଡିଆକୁ ଆଇସିସି ପୁରସ୍କାର ତ ମିଳିବ ତା ସହିତ ୧୦୦ କୋଟି ଟଙ୍କାର ପୁରସ୍କାର ପାଇବେ ସାଧାରଣ ଲୋକେ । ଆଷ୍ଟ୍ରୋଟକ୍ ନାମକ ଏକ କମ୍ପାନୀର ସିଇଓ ପୁନିତ ଗୁପ୍ତା ଏହି ଶହେ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ।

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ବିଶ୍ୱକପ ଫାଇନାଲ ଖେଳାଯିବ । ଆଉ ଭାରତ ଯଦି ବିଶ୍ବକପ୍ ଜିତେ ତେବେ ଟିମ୍ ଇଣ୍ଡିଆକୁ ଆଇସିସି ପୁରସ୍କାର ତ ମିଳିବ ତା ସହିତ ୧୦୦ କୋଟି ଟଙ୍କାର ପୁରସ୍କାର ପାଇବେ ସାଧାରଣ ଲୋକେ । ଆଷ୍ଟ୍ରୋଟକ୍ ନାମକ ଏକ କମ୍ପାନୀର ସିଇଓ ପୁନିତ ଗୁପ୍ତା ଏହି ଶହେ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି । ପୁନିତ ସୋସିଆଲ ମିଡିଆରେ ଏକଥା ଘୋଷଣା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି ।

ପୁନିତ କହିଛନ୍ତି, ଭାରତ ଚାମ୍ପିଅନ୍ ହେଲେ ଆଷ୍ଟ୍ରୋଟକ୍ ସହ ଯୋଡ଼ି ହୋଇଥିବା ୟୁଜର୍ସମାନଙ୍କୁ ୧୦୦ କୋଟି ଟଙ୍କାର ପୁରସ୍କାର ଦେବେ । ଆଷ୍ଟ୍ରୋଟକ୍ ହେଉଛି ଅନଲାଇନରେ ଭବିଷ୍ୟବାଣୀ କରୁଥିବା ଏକ ଜ୍ୟୋତିଷ କମ୍ପାନୀ । ଗତଥର ମୋ ସହିତ କେବଳ କିଛି ସାଙ୍ଗ ରହିଥିଲେ, ଯାହାଙ୍କ ସହିତ ମୁଁ ଖୁସି ବାଣ୍ଟିଥିଲି । କିନ୍ତୁ ଚଳିତ ଥର ଆଷ୍ଟ୍ରୋଟକ୍‌ ସହିତ ବହୁତ ୟୁଜର୍ସ ରହିଛନ୍ତି । ତେଣୁ ନିଜର ଖୁସି ବାଣ୍ଟିବା ପାଇଁ କିଛି କରିବାକୁ ଚାହୁଁଛି । ତେଣୁ ଆଜି ଏହି ଘୋଷଣା କରିଛି । ଯଦି ଭାରତ ବିଶ୍ୱକପ ଜିତେ, ତେବେ ୟୁଜର୍ସଙ୍କ ଓ୍ଵାଲେଟରେ ପଇସା ପହଞ୍ଚିଯିବ ।

 

View this post on Instagram

 

A post shared by Puneet Gupta (@ipuneetgupta)

୨୦୧୧ରେ ଭାରତ ବିଶ୍ୱକପ ଜିତିବା ସମୟରେ ପୁନିତ କଲେଜରେ ପଢୁଥିଲି । ବିଶ୍ୱକପ ମ୍ୟାଚ ପୂର୍ବ ରାତିରେ ଶୋଇ ପାରିନଥିଲି । ତାହା ତାଙ୍କ ଜୀବନର ଏକ ଅଭୁଲା ମୁହୂର୍ତ୍ତ ଥିଲା । ଗତ ଥର ବିଜୟ ସମୟରେ ସେ ନିଜର କିଛି ବନ୍ଧୁଙ୍କ ଗହଣରେ ଖୁସି ମନାଇଥିବା ବେଳେ ଏଥର କିଛି ଖାସ୍ କରିବେ । ସେଥିପାଇଁ ଆଜି ସକାଳୁ ସେ ନିଜ ଫାଇନାନ୍ସ ଟିମ୍ ସହିତ ଆଲୋଚନା କରି ୧୦୦ କୋଟି ବାଣ୍ଟିବାକୁ ଶପଥ ନେଇଛନ୍ତି । ଭାରତୀୟ ଟିମ୍ ପାଇଁ ପ୍ରାର୍ଥନା କରିବା, ଭାରତୀୟ ଟିମ୍କୁ ସମର୍ଥନ ଓ ଉତ୍ସାହ ଦେବା ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.