Below header

ଅତିକ୍‌ ସବୁଠାରୁ ଅଧିକ ମୁସଲମାନଙ୍କୁ କରିଥିଲେ ଟାର୍ଗେଟ୍‌, ମଦ୍ରାସାରୁ ୨ ନାବାଳିକାଙ୍କୁ ଉଠାଇ ରାତିସାରା ଦୁଷ୍କର୍ମ କରିଥିଲା ଅଶରଫ୍‌

ଆତଙ୍କର ରାଜ୍‌ ଚଳାଇଥିଲେ ମାଫିଆ ଡନ୍‌ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌। ଏବେ ଦୁଇ ଗ୍ୟାଙ୍ଗ୍‌ଷ୍ଟାର ଭାଇଙ୍କ ହତ୍ୟା ପରେ ଧୀରେ ଧୀରେ ସାମ୍ନାକୁ ଆସୁଛନ୍ତି ସେମାନଙ୍କ ଅତ୍ୟାଚାରର ଶିକାର ହୋଇଥିବା ପୀଡ଼ିତମାନେ।

ଆତଙ୍କର ରାଜ୍‌ ଚଳାଇଥିଲେ ମାଫିଆ ଡନ୍‌ ଅତିକ୍‌ ଅହମ୍ମଦ ଓ ତାଙ୍କ ଭାଇ ଅଶରଫ୍‌। ଏବେ ଦୁଇ ଗ୍ୟାଙ୍ଗ୍‌ଷ୍ଟାର ଭାଇଙ୍କ ହତ୍ୟା ପରେ ଧୀରେ ଧୀରେ ସାମ୍ନାକୁ ଆସୁଛନ୍ତି ସେମାନଙ୍କ ଅତ୍ୟାଚାରର ଶିକାର ହୋଇଥିବା ପୀଡ଼ିତମାନେ। କିପରି ସେମାନେ ଅତିକ୍‌ ଓ ଅଶରଫ୍‌ଙ୍କ ଦ୍ୱାରା ନିର୍ଯାତିତ ହୋଇଥିଲେ, ସେ ବିଷୟରେ ଖୋଲାଖୋଲି ବଖାଣୁଛନ୍ତି।

ଯଦି ଆମେ ପୀଡ଼ିତଙ୍କ ବିଷୟରେ କଥା ହେବା, ତେବେ ୨୦ରୁ ୧୩ ହେଉଛନ୍ତି କେବଳ ମୁସଲମାନ ପରିବାର। ସେମାନଙ୍କ ମଧ୍ୟରେ ଅଛନ୍ତି ମଦ୍ରାସାରୁ ଅପହୃତ ଦୁଇ ନାବାଳିକା ମୁସଲମାନ ଝିଅ। ସେମାନଙ୍କୁ ସାରାରାତି ରଖି ଅଶରଫ୍‌ କରିଥିଲା ଦୁଷ୍କର୍ମ। ଅତିକ୍‌ ଅହମ୍ମଦ ଜମି ପାଇଁ ଅଧିକାଂଶ ହତ୍ୟା ଏବଂ ଆକ୍ରମଣ କରିଥିଲେ। ତାଙ୍କ ଗ୍ୟାଙ୍ଗ୍‌ ଅନେକ ଲୋକଙ୍କୁ ନିର୍ଯାତନା ଦେଉଥିଲା।

ପ୍ରୟାଗରାଜରେ ଅତିକ୍‌ଙ୍କ ବିରୋଧରେ ବିଭିନ୍ନ ଥାନାରେ ରହିଛି ମୋଟ ୧୦୨ ମାମଲା। ତାଙ୍କ ଗ୍ୟାଙ୍ଗରେ ୨୦୦ରୁ ଅଧିକ ଲୋକଙ୍କ ନାମ ଅନ୍ତର୍ଭୁକ୍ତ ଥିଲା। ଏହି ଗ୍ୟାଙ୍ଗକୁ ପରିଚାଳିତ କରୁଥିଲେ ଅତିକ୍‌ ଏବଂ ତାଙ୍କ ନିର୍ଦ୍ଦେଶରେ ହିଁ ସୁଟରମାନେ ସମ୍ବେଦନଶୀଳ କାଣ୍ଡ ଘଟାଉଥିଲେ।

ଅତିକ୍‌ ଓ ଅଶରଫ୍‌ଙ୍କ ହତ୍ୟା ପରେ କାଲଭିନ ହସ୍ପିଟାଲରେ ପୀଡିତ ପରିବାରର ଯନ୍ତ୍ରଣା ସାମ୍ନାକୁ ଆସିବାରେ ଲାଗିଛି। ପୋଲିସ ଏହିପରି ୨୦ ପ୍ରମୁଖ ଲୋକଙ୍କର ତାଲିକା ଜାରି କରିଛି, ଯେଉଁଥିରେ ଅଛନ୍ତି ଉମେଶ ପାଲଙ୍କ ପତ୍ନୀ ଜୟା ପାଲ, ପ୍ରପର୍ଟି ଡିଲର ଜିଶାନ, ମଦ୍ରାସା କାଣ୍ଡରେ ଦୁଷ୍କର୍ମର ଶିକାର ହୋଇଥିବା ଦୁଇ ପୀଡ଼ିତାଙ୍କ ବାପା ଏବଂ ୧୯୯୫ରେ ନିହତ ହୋଇଥିବା ଅଶୋକ ସାହୁଙ୍କ ପରିବାର।

ଅଭିଯୋଗ ଅନୁସାରେ, ଅତିକ୍‌ଙ୍କ ଭାଇ ଅଶରଫ୍‌ ମଦ୍ରାସାରୁ ଦୁଇ ନାବାଳିକା ମୁସଲମାନ ଝିଅଙ୍କୁ ଅପହରଣ କରିନେଇ ବନ୍ଧୁକ ଦେଖାଇ ରାତିସାରା ଦୁଷ୍କର୍ମ କରିଥିଲେ ଏବଂ ପରେ ସେମାନଙ୍କୁ ମଦ୍ରାସା ବାହାରେ ଛାଡ଼ି ଦେଇଥିଲେ। ଏହିପରି ସୁରଜ କଲୀଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିଲା ଏବଂ ସାକ୍ଷ୍ୟ ପାଇଁ ଧମକ ଦିଆଯାଇଥିଲା।

୧୯୯୪ରେ ହତ୍ୟାର ଶିକାର ହୋଇଥିଲେ ଅଶଫାକ୍‌ କୁନୁ। ଏତିକି ନୁହେଁ, ୨୦୦୧ରେ ନିହତ ହୋଇଥିବା କର୍ପୋରେଟର ନସନଙ୍କ ପରିବାର, ୨୦୦୩ରେ ହତ୍ୟାର ଶିକାର ହୋଇଥିବା ବିଜେପି ନେତା ଅଶରଫ, ମକସୁଦ, ଦେବରିଆ ଜେଲ କାଣ୍ଡ ପୀଡ଼ିତ ମହମ୍ମଦ ଜୟଦ ଏବଂ ଲକ୍ଷ୍ନୌର ମୋହିତ ଜାୟସୱାଲଙ୍କ ନାମ ମଧ୍ୟ ପୋଲିସ ତାଲିକାରେ ଅନ୍ତର୍ଭୁକ୍ତ ଅଛି।

ଏହା ବ୍ୟତୀତ ମୁମ୍ବାଇରୁ ଡାକି କବରୀସ୍ଥାନରେ ଗଛରେ ବାନ୍ଧି ହତ୍ୟା କରାଯାଇଥିଲା ଜଗାଙ୍କୁ। ଜଗାଙ୍କ ପରିବାରର ସହ ଅଲକମା ହତ୍ୟାକାଣ୍ଡରେ ପୀଡ଼ିତ ଜାବିର ଓ ଆବିଦ ପ୍ରଧାନ, କାଉନସିଲର ସୁଶୀଲ ଯାଦବ, କାଉନସିଲର ସାଉଦ, ସିକ୍ୟୁରିଟି ଇନଚାର୍ଜ ରାମକୃଷ୍ଣ ସିଂ ଓ ଶାବିରର ନାମ ମଧ୍ୟ ପୋଲିସ ତାଲିକାରେ ଅଛି।

କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ଯେ ୨୦୦୫ରେ ହତ୍ୟା କରାଯାଇଥିବା ବିଏସପି ବିଧାୟକ ରାଜୁ ପାଲଙ୍କ ପରିବାରର ନାମ ଏଥିରେ ଅନ୍ତର୍ଭୁକ୍ତ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.