ବିଜୁଳି ପାଇଁ ଚାଷୀଙ୍କୁ ମିଳିବ ୯୦% ସବ୍‌ସିିଡ଼ି

କେନ୍ଦ୍ର ସରକାରଙ୍କ ପିଏମ କୁସୁମ ଯୋଜନାରେ ବିଜୁଳି ପାଇଁ ଚାଷୀଙ୍କୁ ମିଳିବ ୯୦% ସବ୍‌ସିିଡ଼ି, ଏପରି କରନ୍ତୁ ଆବେଦନ

ଚାଷୀଙ୍କ ପାଇଁ ବହୁତ ବଡ଼ ଖୁସି ଖବର। ସରକାର ଆରମ୍ଭ କଲେ ବଢ଼ିଆ ସ୍କିମ। ଏମିତିରେ ଚାଷୀଙ୍କୁ ମିଳିବ ୯୦% ସବସିଡ଼ି। ସ୍କିମର ନାମ ହେଉଛି ପିଏମ କୁସୁମ ଯୋଜନା। ଏହା ଅଧିନରେ ଚାଷୀଙ୍କୁ କମ ଟଙ୍କା ଖର୍ଚ୍ଚ କରି ବଢ଼ିଆ ଫାଇଦା ମିଳିବ। କିପରି ଏହି ସ୍କିମରେ ଆପଣ ଫାଇଦା ଉଠାଇବେ ଜାଣନ୍ତୁ.. ଏଥିପାଇଁ ଆବେଦନ ର ପ୍ରକ୍ରିୟା କଣ ରହିଛି ଜାଣି ନିଅନ୍ତୁ..

ଦେଶର ଲକ୍ଷ ଲକ୍ଷ ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣିଛନ୍ତି । କୃଷି କ୍ଷେତ୍ରକୁ ପ୍ରାଧାନ୍ୟ ଦେବା ସହ କୃଷକଙ୍କୁ ଆହୁରି ସାମର୍ଥ୍ୟ ଯୋଗ୍ୟ କରିବା ପାଇଁ ସରକାର ଏହି ନୂଆ ସ୍କିମ ଆଣିଛନ୍ତି । ତେବେ ଏହାଦ୍ୱାରା ଚାଷୀ ୯୦% ପର୍ଯ୍ୟନ୍ତ ସବସିଡି ପାଇପାରିବେ । ଦେଶର କୋଟି କୋଟି କୃଷକ ଏହି ଯୋଜନାରେ ଉପକୃତ ହୋଇପାରିବେ । କେନ୍ଦ୍ର ସରକାରଙ୍କର ଏହି ଯୋଜନା ହେଉଛି ପିଏମ୍ କୁସୁମ ଯୋଜନା । ଯେଉଁ ଯୋଜନା ମାଧ୍ୟମରେ କୃଷକମାନଙ୍କୁ ସୋଲାର ପମ୍ପ ଦ୍ୱାରା ସୁବିଧା ଯୋଗାଇ ଦିଆଯିବ ।

ପିଏମ୍ କୁସୁମ ଯୋଜନା ଦ୍ୱାରା କୃଷକମାନେ ସୌରଶକ୍ତି ବ୍ୟବହାର କରି ସ୍ୱଳ୍ପ ମୂଲ୍ୟରେ ଭଲ ଫସଲ ଅମଳ କରିପାରିବେ । କୃଷକମାନଙ୍କୁ ନିଜ ଜମିରେ ସୌର ପ୍ୟାନେଲ ସ୍ଥାପନ କରିବା ପାଇଁ ଏହି ଯୋଜନା ଖୁବ ସହାୟକ ହେବ । ଏହି ଯୋଜନା ମାଧ୍ୟମରେ ଚାଷୀଙ୍କୁ ୯୦ ପ୍ରତିଶତ ସବସିଡି ସୋଲାର ପମ୍ପ ଯୋଜନା ସବସିଡି ଭାବେ ପ୍ରଦାନ କରାଯିବ । ତେବେ ଦେଶର କୋଟି କୋଟି କୃଷକ ଏହି ଯୋଜନା ମାଧ୍ୟମରେ ଉପକୃତ ହୋଇପାରିବେ । କ୍ଷେତରେ ପାଣି ଦେବା ପାଇଁ ବିଦ୍ୟୁତ କିମ୍ବା ଟ୍ୟୁବୱେଲ ବ୍ୟବହାର କରିଥାନ୍ତି । ତେବେ ଏଥିରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କୁସୁମ ଯୋଜନା ଅଧୀନରେ ସୌର ପ୍ୟାନେଲର ସୁବିଧା ଦେବେ କେନ୍ଦ୍ର ସରକାର ।

୨୦୧୯ ମସିହାରେ ଏହି ଯୋଜନା ଆରମ୍ଭ ହୋଇଥିବା ବେଳେ ଏଥିରେ ୯୦% ସବସିଡି ପ୍ରଦାନ କରାଯାଏ । ଏହା ମଧ୍ୟରୁ କେନ୍ଦ୍ର ସରକାରଙ୍କ ତରଫରୁ ୩୦%, ରାଜ୍ୟ ସରକାରଙ୍କ ତରଫରୁ ୩୦% ଏବଂ ଅନ୍ୟ ଆର୍ଥିକ ସଂସ୍ଥା ପକ୍ଷରୁ ୩୦% ସବସିଡି ମିଳିଥାଏ । ଅର୍ଥାତ୍ ଚାଷୀ ମାନେ ମାତ୍ର ୧୦% ଖର୍ଚ୍ଚ କରିବେ । ଏହି ଯୋଜନାରେ ସବୁଠୁ ବଡ଼ ଫାଇଦା ହେଉଛି ଚାଷୀ ମାନେ ବିଜୁଳି ଓ ଡିଜେଲ ର ଖର୍ଚ୍ଚ କରିବେ ନାହିଁ। କେବଳ ସୋଲାର ପାଓ୍ଵାରା ଦ୍ୱାରା ଏହି କାମ ଅତି ସହଜରେ ହୋଇପାରିବ ।

ଆବେଦନର ପ୍ରକ୍ରିୟା ଜାଣନ୍ତୁ:
-ଆପଣ ସରକାରଙ୍କ ଅଫିସିଆଲ େଓ୍ଵବସାଇଟ https://www.india.gov.in/ କୁ ଓପନ କରନ୍ତୁ।
-ଏଠାରେ ଦିଆଯାଇଥିବା ଫର୍ମ କୁ ଭରନ୍ତୁ।
– ଏହାପରେ ଆପଣଙ୍କୁ ଆଧାର କାର୍ଡ, ଖସରା ଭୂମିର ଦସ୍ତାବିଜ, ଏକ ଘୋଷଣା ପତ୍ର, ବ୍ୟାଙ୍କ ଖାତା ଡିଟେଲ୍ସ ଆଦି ଆବଶ୍ୟକୀୟ ତଥ୍ୟ ଦେବାକୁ ପଡ଼ିବ।

ସୋଲାର ପମ୍ପର ବ୍ୟବହାର କେବଳ ଚାଷ କିମ୍ବା ପାଣି ସିଞ୍ଚନ ପାଇଁ କରାଯାଏ ନାହିଁ। ଏହା ବିଜୁଳି ଉତ୍ପାଦନ ମଧ୍ୟ କରିଥାଏ। ଏମିତିରେ ଆଉ ଅଲଗା ବିଦ୍ୟୁତ ଶକ୍ତିର ଆବଶ୍ୟକତା ପଡ଼େ ନାହିଁ। ଆପଣ ଏଥିରୁ ସବୁ କାମ କରିପାରିବେ। ଏହାପରେ ଯେଉଁ ବିଜୁଳି ବଞ୍ଚିଯିବ ତାହାକୁ ବିିିତ୍ତରଣ ବିଭାଗକୁ ବିକ୍ରି କରାଯାଇପାରିବ। ଏମିତିରେ ଚାଷୀ ମାନେ ଏକ୍ସଟ୍ରା ଆୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.